ମହାକାଶ ଦୁର୍ଘଟଣାରେ ଜୀବନ ବଞ୍ଚାଇବ କ୍ୟାପ୍‌ସୁଲ୍‌

ଇସ୍ରୋ କଲା ସଫଳ ପରୀକ୍ଷଣ

ନୂଆଦିଲ୍ଲୀ ମହାକାଶ ଯାତ୍ରୀଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ‘କ୍ୟାପ୍‌ସୁଲ୍‌’ ନିର୍ମାଣ କରାଯାଇଛି। ମହାକାଶରେ ଘଟୁଥିବା ଦୁର୍ଘଟଣାରୁ ରକ୍ଷା ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ। ତେଣୁ ଏହାକୁ ସାଙ୍ଗରେ ନେଇ ଯାତ୍ରା କଲେ ମହାକାଶଚାରୀ ନିଜ ଜୀବନ ବଞ୍ଚାଇ ପାରିବେ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ମୁତାବକ ଇସ୍ରୋ ପକ୍ଷରୁ ଶ୍ରୀହରିକୋଟାରେ ଏହି କ୍ୟାପ୍‌ସୁଲ୍‌କୁ ‘କ୍ରୁ ବେଲ୍‌ଆଉଟ୍‌’ ବ୍ୟବସ୍ଥାରେ ପରୀକ୍ଷା କରାଯାଇଛି। ଏଥିରେ ମଣିଷଙ୍କ ପରିବର୍ତ୍ତେ କ୍ରୁ ମଡେଲ୍‌ର ପ୍ରୟୋଗ କରାଯାଇଥିଲା। କ୍ୟାପ୍‌ସୁଲ୍‌ରେ ଉକ୍ତ ମଡେଲ୍‌କୁ ସଂଲଗ୍ନ କରାଯାଇ ରକେଟ୍‌ ଇଞ୍ଜିନ୍‌ରେ ସଂସ୍ଥାପିତ ହୋଇଥିଲା। ରକେଟ୍‌ ଉତ୍‌କ୍ଷେପଣର କିଛି ସମୟ ପରେ ପାରାସୁଟ୍‌ ପଠାଗଲା ଏବଂ କ୍ୟାପ୍‌ସୁଲ୍‌ ସୁରକ୍ଷିତ ଉପାୟରେ ସମୁଦ୍ରର ନିର୍ଦ୍ଧାରିତ ସ୍ଥାନରେ ଓହ୍ଲାଇଥିଲା। ଇସ୍ରୋ ଅଧ୍ୟକ୍ଷ କେ ଶିବାନ୍‌ଙ୍କ କହିବାନୁସାରେ ୨୫୦ ସେକେଣ୍ଡ ମଧ୍ୟରେ ଏହି ପରୀକ୍ଷା କରାଯାଇଥିଲା ଏବଂ  ଏହା ଯୋଜନା ଅନୁସାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର