ସଫଳତାର ସହ ଇସ୍ରୋ ଉତ୍‌କ୍ଷେପଣ କଲା ଆଇଆର୍‌ଏନ୍‌ଏସ୍‌ଏସ୍‌-ଓ୍ଵାନଏ ସାଟେଲାଇଟ୍‌

ନୂଆଦିଲ୍ଲୀ: ଗୁରବାର ପ୍ରତ୍ୟୁଷରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ସଫଳତାର ସହ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଆଇ’ ନେଭିଗେସନ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି।

ପାହାନ୍ତା ୪. ୦୪ ମିନିଟ୍‌ରେ ୪୪. ୪ ମିଟର୍‌ ଉଚ୍ଚ ଏବଂ ୩୨୧ ଟନ୍‌ ଓଜନ ବିଶିଷ୍ଟ ଚାରି ଥାକିଆ ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ ପ୍ରଥମ ଲଞ୍ଚ୍‌ ପ୍ୟାଡ୍‌ରୁ ଉତ୍‌କ୍ଷେପିତ ହୋଇଥିଲା।

୧, ୪, ୪୨୫ କିଲୋ ଓଜନ ବିଶିଷ୍ଟ ଏହି ସାଟେଲାଇଟ୍‌କୁ ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌ (ପିଏସ୍‌ଏଲ୍‌ଭି) ରକେଟ୍‌ର ‘ଏକ୍ସ୍‍ଏଲ୍‌’ ଯୋଗେ ମହାକାଶକୁ ପଠାଯାଇଛି।

ଉତ୍‌କ୍ଷେପଣ ହେବାର ୧୯ ମିନିଟ୍‌ ପରେ ରକେଟ୍‌ ‘ଆଇଆର୍‌ଏନ୍‌ଏସ୍‌ଏସ୍‌-୧ଆଇ’କୁ କକ୍ଷପଥରେ ସ୍ଥାପିତ ହୋଇଥିଲା। ୩୬୦୦୦ କିଲୋମିଟର୍‌ ଉଚ୍ଚରେ ଥିବା ଏହି ସାଟେଲାଇଟ୍‌କୁ ଜିଓ ସିଙ୍କ୍ରୋନସ୍‌ ଅର୍ବିଟ୍‌ରୁ ଠିକଣା ସ୍ଥାନରେ ପୁନଃସ୍ଥାପନ କରାଯିବ।

ଗତବର୍ଷ ଅଗଷ୍ଟ ମାସରେ ଇସ୍ରୋର ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଏଚ୍‌’ ଏବଂ ମାର୍ଚ ୩୧ରେ ‘ଜିଏସ୍‌ଏଟି ସିକ୍ସ୍‍ଏ’ର ଉତ୍‌କ୍ଷେପଣ ବିଫଳ ହେବା ପରେ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଏ’ ସ୍ଥାନରେ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଆଇ’କୁ ଅବସ୍ଥାପନ କରାଇବା ପାଇଁ ଏହା ଇସ୍ରୋର ଦ୍ୱିତୀୟ ଉଦ୍ୟମ ଥିବାରୁ କେତେକାଂଶରେ କଷ୍ଟକର ମନେ ହୋଇଥିଲା।

ଇଣ୍ଡିଆନ୍‌ ରିଜିଓନାଲ୍‌ ନେଭିଗେସନ୍‌ ସାଟେଲାଇଟ୍‌ ସିଷ୍ଟମ୍‌ ହେଉଛି ସାତଟି କୃତ୍ରିମ ଉପଗ୍ରହର ସମାହାର। ଏହା ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଜିପିଏସ୍‌ ସର୍ଭିସ୍‌। ଏହାକୁ ‘ନେଭ୍‌ଆଇସି’ ବୋଲି ନାମିତ କରାଯାଇଛି।

ସମ୍ବନ୍ଧିତ ଖବର