‘ପିଏସ୍‌ଏଲ୍‌ଭି-ସି୪୬’ ଯୋଗେ ‘ରିସାଟ୍‌-୨ବି’କୁ ସହ ସଫଳତାର ସହ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା: ବୁଧବାର ପ୍ରତ୍ୟୁଷରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନର (ଇସ୍ରୋ) ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ-ସି-ଫର୍ଟିସିକ୍ସ ସଫଳତାର ସହ ଭୂପୃଷ୍ଠ ପର୍ଯ୍ୟବେକ୍ଷଣ କରିପାରୁଥିବା କୃତ୍ରିମ ଉପଗ୍ରହ ‘ରେଡର୍‌ ଇମେଜିଙ୍ଗ୍‌ ସାଟେଲାଇଟ୍‌-ଟୁ-ବି’କୁ (ରିସାଟ୍‌-ଟୁ-ବି) କକ୍ଷପଥରେ ଅବସ୍ଥାପିତ କରିଛି। ସକାଳ ପ୍ରାୟ ୫: ୩୦ରେ ‘ପିଏସ୍‌ଏଲ୍‌ଭି’କୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟ୍‌ର୍‌ରୁ ଉତ୍‌କ୍ଷେପଣ କରାଯାଇଥିଲା।

ଇସ୍ରୋ କହିଛି, ‘ପିଏସ୍‌ଏଲ୍‌ଭି-ସି-ଫଟିସିକ୍ଟ୍‌ ରିସାଟ୍‌-ଟୁ-ବି’ ଅଭିଯାନ ଖୁବ୍‌ ସଫଳ ହୋଇଛି।

ମଙ୍ଗଳବାର ଦିନ ୨୫ ଘଣ୍ଟିଆ ଓଲଟ ଗଣନା ଆଜି ଭୋର୍‌ ୫: ୩୦ରେ ଶେଷ ହୋଇଛି। ଆଜିର ୬୧୫ କିଲୋ ବିଶିଷ୍ଟ ସାଟେଲାଇଟ୍‌ ଉତ୍‌କ୍ଷେପଣ ଥିଲା ଶ୍ରୀହରିକୋଟାର ୪୮ତମ ଅଭିଯାନ।

‘ରିସାଟ୍‌-ଟୁବି’କୁ ସର୍ଭିଲେନ୍‌ସ୍‌, କୃଷି, ବନସ୍ପତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଦି କ୍ଷେତ୍ରରେ ଉପଯୋଗ କରାଯିବ। ଉତ୍‌କ୍ଷେପିତ ହେବାର ୧୫ ମିନିଟ୍‌ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଥିଲା।

୨୦୦୯ରେ ସଫଳତାର ସହ ଉତ୍‌କ୍ଷେପିତ ହୋଇଥିବା ‘ରିସାଟ୍‌-ଟୁ’ ସ୍ଥାନରେ ଏହା କାମ କରିବ।

ଇସ୍ରୋ ଅଧ୍ୟକ୍ଷ କେ ଶିବନ୍‌ ପୂର୍ବରୁ କହିଥିଲେ କି, ଏହି ଅଭିଯାନ ଦେଶ ପାଇଁ ଅତୀବ ଗରୁତ୍ୱପୂର୍ଣ୍ଣ।

‘ରିସାଟ୍‌-ଟୁବି’ରେ ଲାଗିଥିବା ସିନ୍ଥେଟିକ୍‌ ଆପର୍‌ଚର୍‌ ରେଡାର୍‌ ଦିନ, ରାତି ଏବଂ କାଉଁଳିଆ ପାଗରେ ଭୂପୃଷ୍ଠର ଚିତ୍ର ଉତ୍ତୋଳନ କରି ପାରିବ।

ସମ୍ବନ୍ଧିତ ଖବର