ସୀମାରେ ମୁତୟନ ହୋଇଥିବା ଯବାନଙ୍କ ସୁବିଧା ଲାଗି ମହାକାଶକୁ ନୂଆ ଉପଗ୍ରହ ଛାଡ଼ିବ ଇସ୍ରୋ
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଇସ୍ରୋ ଏକ ନୂଆ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି । ଭାରତୀୟ ସୀମାକୁ ଅଧିକ ସୁରକ୍ଷିତ ରଖିବାରେ ଗୃହ ମନ୍ତ୍ରାଳୟକୁ ସାହାଯ୍ୟ କରିବା ପାଇଁ ଇସ୍ରୋ ଏହି ନୂଆ ସାଟେଲାଇଟ୍ ପ୍ରସ୍ତୁତ କରୁଥିବା ଜଣା ପଡ଼ିଛି । ଦୁର୍ଗମ ଏବଂ ବିପଦସଙ୍କୁଳ ସ୍ଥାନରେ ନିୟୋଜିତ କରାଯାଇଥିବା କେନ୍ଦ୍ରୀୟ ଅର୍ଦ୍ଧ-ସାମରିକବଳକୁ ମାଗ ଦର୍ଶାଇବା ପାଇଁ ଏହି ସାଟେଲଇଟ୍ର ବ୍ୟବହାର କରାଯିବ ବୋଲି ଇସ୍ରୋ ପ୍ରକାଶ କରିଛି । ପୂର୍ବରୁ ଏ ସୁବିଧା ଭାରତୀୟ ସୀମାରେ ଉପଲବ୍ଧ କରାଇବା ପାଇଁ ସାମରିକ ବାହିନୀ ପକ୍ଷରୁ ଆବେଦନ କରାଯାଇଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ୍ ସିଂହ ଏହି ଆବେଦନକୁ ମଞ୍ଜୁର କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ମଞ୍ଜୁର କରାଯାଇଥିବା ଆବେଦନରେ ସୀମାର ସୁରକ୍ଷା, ଯୋଗାଯୋଗ, ପଥ ପ୍ରଦର୍ଶନ, ଜିଆଇଏସ୍ ଏବଂ ସଞ୍ଚାଳନ ଯୋଜନା ପ୍ରଣାଳୀ ଏବଂ ସୀମାର ବିକାଶ ଆଦି କାର୍ଯ୍ୟ ସଂପାଦନ ଲାଗି ଏହା ଆବଶ୍ୟକ ବୋଲି ଉଲ୍ଲେଖ ରହିଛି । ଆବେଦନ ମଞ୍ଜୁର ହେବା ପରେ ଏବେ ଏହି ସବୁ ଦିଗ ଉପରେ କାମ କରାଯିବ । ଏ ସବୁ ପାଇଁ ଇସ୍ରୋ ଗୃହ ମନ୍ତ୍ରାଳୟକୁ ଏକ ସାଟେଲାଇଟ୍ ଯୋଗାଇଦେବ। ଯାହା ଦ୍ୱାରା ଏ ସବୁ କାମ ସହଜରେ ହୋଇ ପାରିବ ।