ଏମିସାଟ୍‌ ଏବଂ ୨୮ଟି ବିଦେଶୀ ସାଟେଲାଇଟ୍‌ ସହ ସୋମବାର ଦିନ ଇସ୍ରୋ ଉତ୍‌କ୍ଷେପଣ କରିବ ପିଏସ୍‌ଏଲ୍‌ଭି-ସି୪୫

ନୂଆଦିଲ୍ଲୀ: ଏମିସାଟ୍‌ ଏବଂ ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହ ସମେତ ସମୁଦାୟ ୨୯ଟି କୃତ୍ରିମ ଉପଗ୍ରହ ସହ ସୋମାବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ମହାକାଶକୁ ତା’ର ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ-ସି୪୫ ଉତ୍‌କ୍ଷେପଣ କରିବ।

ଏପ୍ରିଲ୍‌ ପହିଲା ସୋମବାର ସକାଳ ୯:୩୦ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଅନ୍ତର୍ଗତ ସତିଶ ଧାଓ୍ଵନ୍‌ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲଭି-ସି୪୫ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ଟୁଇଟ୍‌ କରିଛି।

ପ୍ରାୟ ୪୩୬ କିଲୋ ଓଜନବିଶିଷ୍ଟ ଏମିସାଟ୍‌ ଇଲେକ୍ଟ୍ରୋମାଗ୍ନେଟିକ୍‌ ସ୍ପେକ୍ଟ୍ରମ୍‌ ମେଜର୍‌ମେଣ୍ଟ୍‌ ପାଇଁ ଅଭିପ୍ରେତ ଏବଂ ଇସ୍ରୋର ଇଣ୍ଡିଆନ୍‌ ମିନି ସାଟେଲାଇଟ୍‌-୨ ବସ୍‌ ପ୍ଲାଟଫର୍ମରେ ରଖାଯାଇଛି।

ବାକି ୨୮ଟି ବିଦେଶୀ କୃତ୍ରିମ ଉପଗ୍ରହର ଗ୍ରାହକମାନେ ହେଉଛନ୍ତି ଲିଥୁଆନିଆ, ସ୍ପେନ୍‌, ସୁଇଜର୍‌ଲାଣ୍ଡ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା। ବ୍ୟାବସାୟିକ ବ୍ୟବସ୍ଥା ଦ୍ୱାରା ଏସବୁ ମହାକାଶକୁ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ କହିଛି।

ଇଣ୍ଡିଆନ୍‌ ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌ ପ୍ରୋଗ୍ରାମ୍‌ର ୪୭ତମ ଅଭିଯାନ। ଏହି ଉତ୍‌କ୍ଷେପଣ ମାର୍ଚ ୨୧ ତାରିଖରେ ହେବାକୁ ସ୍ଥିର କରାଯାଇଥିଲେ ବି ପ୍ରତିକୂଳ ପାଗ ଯୋଗୁଁ ଏପ୍ରିଲ୍‌ ପହିଲାକୁ ଘୁଞ୍ଚାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର