ଆସନ୍ତାକାଲି ଦୁଇଟି ବ୍ରିଟିଶ ସାଟେଲାଇଟ ମହାକାଶକୁ ଛାଡିବ ଇସ୍ରୋ

ନୂଆଦିଲ୍ଲୀ:  ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ ) ଆସନ୍ତା କାଲି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଦୁଇଟି ବ୍ରିଟିଶ   କୃତ୍ରିମ ଉପଗ୍ରହ (ସାଟେଲାଇଟ)କୁ ମହାକାଶକୁ ଛାଡିବ । ଏହି ଦୁଇଟିର ନାମ ହେଉଛି  ନୋଭାସାର ଓ ଏସ୧-୪ ଓ ଏଗୁଡ଼ିକର ଓଜନ ୮୦୦ ଗ୍ରାମ । ଏହି ଦୁଇଟି ସାଟେଲାଇଟକୁ ଇସ୍ରୋର  ସବୁଠାରୁ ଭରଷାଯୋଗ୍ୟ ମହାକାଶ ଯାନ ପିଏସଏଲଭି – ସି୪୨ମାଧ୍ୟମରେ ଛଡାଯିବ ।

 

ଏହି ଉତକ୍ଷେପଣ ପାଇଁ ଆଜି ଅପରାହ୍ନ ୧ଟା ୦୮ରୁ ଅବଗଣନା ଆରମ୍ଭ ହୋଇଛି । ଆସନ୍ତା କାଲି ରାତି ୧୦ଟା ୦୮ ରେ ଏହି ଉତକ୍ଷେପଣ କରାଯିବ । ଏହା ଏକ ବ୍ୟବସାୟିକ ଉତକ୍ଷେପଣ ବୋଲି ଇସ୍ରୋ ସ୍ପଷ୍ଟ କରିଦେଇଛି । ଇସ୍ରୋ ପୂର୍ବରୁ ମଧ୍ୟ ଅନେକ ଥର ବ୍ୟବସାୟିକ ଭିତ୍ତିରେ ବିଭିନ୍ନ ଦେଶର ଉପଗ୍ରହ ସଫଳତାର ସହ ମହାକାଶରେ ଛାଡିଛି । ଏହା ପିଏସଏଲଭିର ୪୪ତମ ଉତକ୍ଷେପଣ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର