ମହାକାଶରେ ନିଜର ଶକ୍ତିବୃଦ୍ଧି କରୁଛି ଭାରତ, ଏବର୍ଷ ୫ଟି ସାମରିକ ଉପଗ୍ରହ ପ୍ରେରଣ କରାଯିବ

ବାଙ୍ଗାଲୁରୁ : ମହାକାଶରେ ନିଜର ସାମରିକ କ୍ଷମତା ବୃଦ୍ଧି କରିବା ପାଇଁ ଭାରତ ଏକ ଦୀର୍ଘ ମିଆଦୀ ଯୋଜନା ଉପରେ କାମ କରୁଛି । ନିକଟରେ ଭାରତ ନିଜର ଏକ ସାଟେଲାଇଟକୁ କ୍ଷେପଣାସ୍ତ୍ର ମାରି ଧ୍ୱଂସ କରିଦେଇଥିଲା । ଏହା ପରେ ଗତ ୧ ତାରିଖରେ ଇସ୍ରୋ ଏମିସ୍ୟାଟ ନାମକ ସାମରିକ ଉପଗ୍ରହ ପଠାଇଥିଲା ।

ଏହି ଉପଗ୍ରହଟି ଭାରତୀୟ ସେନା ଓ ବାୟୁସେନାକୁ ମିଲିଟାରୀ ଅପରେସନ ବେଳେ ସାହାଯ୍ୟ କରିବ । ଆଗକୁ ମହାକାଶରେ ଅଧିକ ସଂଖ୍ୟକ ସାମରିକ ଉପଗ୍ରହ ପଠାଇବାକୁ ଭାରତ ଯୋଜନା ଚୂଡ଼ାନ୍ତ କରୁଛି । କେବଳ ଚଳିତ ବର୍ଷ ୫ଟି ସାମରିକ ଉପଗ୍ରହ ପଠାଯିବ । ଏହି ୫ଟି ମଧ୍ୟରୁ ୪ଟି ରିସ୍ୟାଟ ଉପଗ୍ରହ ଓ ଗୋଟିଏ କାର୍ଟସ୍ୟାଟ-୩ ଉପଗ୍ରହ ରହିଛି । ପୂର୍ବରୁ ପଠାଯାଇଥିବା ରିସ୍ୟାଟ ଉପଗ୍ରହ ଦ୍ୱାରା ଉତ୍ତୋଳିତ ଫଟୋଚିତ୍ରକୁ ବ୍ୟବହାର କରି ୨୦୧୬ର ସର୍ଜିକାଲ ଷ୍ଟ୍ରାଇକ ଓ ଚଳିତ ବର୍ଷ ହୋଇଥିବା ଏୟାରଷ୍ଟ୍ରାଇକ କରାଯାଇଥିଲା । ପଠାଯିବାକୁ ଥିବା ନୂଆ ରିସ୍ୟାଟ୍‌ ଉପଗ୍ରହ ଗୁଡ଼ିକ ପୁରୁଣା ରିସ୍ୟାଟ ଅପେକ୍ଷା ଅଧିକ ଶକ୍ତିଶାଳୀ । ଏତେ ଶକ୍ତିଶାଳୀ ଯେ ଭୂପୃଷ୍ଠରେ ଥିବା ୨୦ ସେମି ବ୍ୟାସ ବିଶିଷ୍ଟ ଅଂଚଳର ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ ।

ସମ୍ବନ୍ଧିତ ଖବର