ଚନ୍ଦ୍ରଯାନ-୨ : ଅର୍ବିଟର ସ୍ୱାଭାବିକ ଭାବେ ପରିକ୍ରମା କରୁଛି, ବିକ୍ରମ ସହ ଯୋଗାଯୋଗ ଆଶା କ୍ଷୀଣ

ବାଙ୍ଗାଲୁରୁ : ଭାରତର ଚନ୍ଦ୍ରଯାନ-୨ ସଂପର୍କରେ ଆଜି ଇସ୍ରୋ କହିଛି ଯେ ଅର୍ବିଟର ସ୍ୱାଭାବିକ ଭାବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଛି । ଏହାର ସବୁ ପେଲୋଡ୍‌ ଗୁଡ଼ିକ ସଫଳଭାବେ କାର୍ଯ୍ୟକରୁଛି । ତେବେ ବିକ୍ରମ ଲାଣ୍ଡର ସହିତ ସଂପର୍କ ଛିନ୍ନ ହେବା ନେଇ ଇସ୍ରୋର ଏକ ଉଚ୍ଚସ୍ତରୀୟ କମିଟି ବିଶ୍ଳେଷଣ କରିବ ବୋଲି ଇସ୍ରୋ ଟ୍ଵିଟ ମାଧ୍ୟମରେ ସୂଚନା ଦେଇଛି ।

ଏହି ବକ୍ତବ୍ୟରୁ ବିଶେଷଜ୍ଞମାନେ ମନେକରୁଛନ୍ତି ଯେ ବିକ୍ରମ ସହ ସଂପର୍କ ସ୍ଥାପନ ନେଇ ଆଶାଛାଡିଦେଇଛି ଇସ୍ରୋ । ଏପରିକି ନାସାର ଉଦ୍ୟମ ମଧ୍ୟ ବିଫଳ ହୋଇଛି । ଇସ୍ରୋ ଗତ ଜୁଲାଇ ୨୨ରେ ଏହାକୁ ମହାକାଶକୁ ପଠାଇଥିଲା । ଏହା ସେପ୍ଟେମ୍ବର ୭ ତାରିଖରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଧୀନ ଅବତରଣ ବା ସଫ୍ଟ ଲାଣ୍ଡିଂ କରିଥାନ୍ତା । କିନ୍ତୁ ଏହା ସଫ୍ଟ ଲାଣ୍ଡିଂ କରିବାରେ ବିଫଳ ହୋଇଥିଲା । ସେଦିନ ପରଠାରୁ ବିକ୍ରମ ଲାଣ୍ଡର ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଥିଲା ଇସ୍ରୋ ।

ସମ୍ବନ୍ଧିତ ଖବର