ଡିସେମ୍ବରରେ ୩୦ ନାନୋ ସାଟେଲାଇଟ୍‌ ସହ କାର୍ଟୋଷ୍ଟାଟ୍‌-ଟୁ ଉତ୍‌କ୍ଷେପଣ କରିବ ଇସ୍ରୋ

ନୂଆଦିଲ୍ଲୀ: ଦିଗ ବାରେଣୀ କୃତ୍ରିମ ଉପଗ୍ରହ ‘ଆଇ ଆର୍‌ ଏନ୍‌ ଏସ୍‌ ଏସ୍‌-୧ଏଚ୍‌’ର ଉତ୍‌କ୍ଷେପଣ ବିଫଳ ହେବା ପରେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଡିସେମ୍ବର ଦ୍ୱିତୀୟାର୍ଦ୍ଧ ଆଡ଼କୁ ୩୦ ବିଦେଶୀ ନାନୋ ସାଟେଲାଇଟ୍‌ ସହ ‘କାର୍ଟୋଷ୍ଟାଟ୍‌-ଟୁ‘ ସିରିଜ୍‌ର ଏକ ରିମୋଟ୍‌ ସେନ୍‌ସିଙ୍ଗ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିବାକୁ ପ୍ରସ୍ତୁତି କରୁଛି।

Representative Image Courtesy of Pakistan Defence

ବିକ୍ରମ ସରାବାଇ ସ୍ପେସ୍‌ ସେଣ୍ଟର୍‌ (ଭିଏସ୍‌ଏସ୍‌ସି)ର ନିର୍ଦେଶକ ଡକ୍ଟର୍‌ କେ ସିବନ କହନ୍ତି: ଡିସେମ୍ବର ଠାରୁ ଇସ୍ରୋ ଅନେକ ଗୁଡ଼ାଏ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କାର୍ଯ୍ୟରେ ବ୍ୟସ୍ତ ରହିବ। ଡିସେମ୍ବର ଦ୍ୱିତୀୟାର୍ଦ୍ଧରେ ଆମେ ୩୦ଟି ବିଦେଶୀ ନାନୋ ସାଟେଲାଇଟ୍‌ ସହ ‘କାର୍ଟୋଷ୍ଟାଟ୍‌’ ଉତ୍‌କ୍ଷେପଣ କରିବା ନିମନ୍ତେ ଲକ୍ଷ ଧାର୍ଯ୍ୟ କରିଛୁ।
ସେ ଆହୁରି କହିଛନ୍ତି: ଏହା ପରେ ଖୁବ୍‌ ଶୀଘ୍ର ‘ଆଇ ଆର୍‌ ଏନ୍‌ ଏସ୍‌ ଏସ୍‌-ଓ୍ଵାନ୍‌ ଏ’ ସାଟେଲାଇଟ୍‌କୁ ପରିବର୍ତ୍ତନ କରାଯିବ। ଏହି ପ୍ରଥମ ଦିଗବାରେଣୀ କୃତ୍ରିମ ଉପଗ୍ରହଟିର ତିନୋଟି ସ୍ୱଂୟଚାଳିତ ଘଣ୍ଟା ଯାହା ସଠିକ୍‌ ଅବସ୍ଥିତି ସଂକ୍ରାନ୍ତ ତଥ୍ୟ ଯୋଗାଇବାକୁ ଅଭିପ୍ରେତ ତାହା ଗତବର୍ଷ ଠାରୁ ଚାଲିବା ବନ୍ଦ କରି ଦେଇଛି। ମାର୍ଚ ମାସରେ ଦ୍ୱିତୀୟ ଲଞ୍ଚ୍‌ ପ୍ୟାଡ୍‌ ଚନ୍ଦ୍ରାୟନ-ଟୁ ସମେତ ତିନୋଟି ଜିଏସ୍‌ଏଲ୍‌ଭି ରକେଟ୍‌ ଉତ୍‌କ୍ଷେପଣ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବାରୁ ଏହି ଉଭୟ ଉତ୍‌କ୍ଷେପଣ ଶ୍ରୀହରିକୋଟାସ୍ଥିତ ଲଞ୍ଚ୍‌ପ୍ୟାଡ୍‌ରୁ ଉତ୍‌କ୍ଷେପଣ କରାଯିବ।

Representative Image Courtesy of TOI

ଶ୍ରୀହରିକୋଟାସ୍ଥିତ ଦ୍ୱିତୀୟ ଲଞ୍ଚ୍‌ପ୍ୟାଡ୍‌ରୁ ଉତ୍‌କ୍ଷେପିତ ହେବାକୁ ଥିବା ତିନୋଟି ଜିଏସ୍‌ଏଲ୍‌ଭି ରହିଛି- ଦୁଇଟି ‘ଜିଏସ୍‌ଏଲ୍‌ଭି ଏମ୍‌କେ-ଟୁ’ ଏବଂ ଗୋଟିଏ ‘ଜିଏସ୍‌ଏଲ୍‌ଭି ଏମ୍‌କେ-ଥ୍ରି’ (ଇସ୍ରୋର ପୃଥୁଳ ବାଳକ)। ଏଥର ପେଲୋଡ୍‌ ଅଧିକ ଭାରୀ (ସମୁଦାୟ ଲଞ୍ଚ୍‌ ମାସ୍‌ ୩, ୨୫୦ କେ. ଜି.) ହୋଇଥିବା କାରଣରୁ ପିଏସ୍‌ଏଲ୍‌ଭି (୨୦୦୮ରେ ଚନ୍ଦ୍ରାୟନ-ଓ୍ଵାନ୍‌ ଅଭିଯାନ ଉତ୍‌କ୍ଷେପଣରେ ବ୍ୟବହୃତ) ପରିବର୍ତ୍ତେ ଦ୍ୱିତୀୟ ଚନ୍ଦ୍ରୀୟ ଅଭିଯାନ ନିମନ୍ତେ ଜିଏସ୍‌ଏଲ୍‌ଭି ଏମ୍‌କେ-ଟୁ ବ୍ୟବହାର କରିବ।

Representative Image Courtesy of Indian Defence Analysis

ଡକ୍ଟର୍‌ ସିବନ କହିଛନ୍ତି: ଆଇଆର୍‌ଏନ୍‌ଏସ୍‌ଏସ୍‌-ଓ୍ଵାନ୍‌ଏଚ୍‌ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ବିଫଳ ହେବା ପରେ ଉତ୍‌କ୍ଷେପଣ ପୂର୍ବରୁ ସମସ୍ତ ରକେଟ୍‌ରେ ପ୍ରତିକାର ମୂଳକ ପଦକ୍ଷେପ ନିଆଯିବ। ହିଟ୍‌ ସିଲ୍‌ଡ୍‌ ଗ୍ଲିଚ୍‌ର କାରଣ ସଂକ୍ରାନ୍ତରେ ଯଦିବା ଅନୁସନ୍ଧାନ ଚାଲିଛି, ଷ୍ଟେଜ୍‌ ସେପାରେସନ୍‌ ମେକାନିଜମ୍‌ ସହ ସମ୍ପୃକ୍ତ ରକେଟ୍‌ର ଅଗ୍ନି ସଂଯୋଗକ ଉପାଦାନରେ ତ୍ରୁଟି ରହିଥିବା କଥା ମିଳିଥିବା ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି। ଭିଏସ୍‌ଏସ୍‌ସି ନିର୍ଦେଶକ କହନ୍ତି: ଆଇଆର୍‌ଏନ୍‌ଏସ୍‌ଏସ୍‌-ଓ୍ଵାନ୍‌ଏଚ୍‌ ଉତ୍‌କ୍ଷେପଣ ଜନିତ ତ୍ରୁଟି ଉପରେ ତଦନ୍ତ କରୁଥିବା କମିଟି ଆଗାମୀ ଉତ୍‌କ୍ଷେପଣର ବହୁ ପୂର୍ବରୁ ତଦନ୍ତ ରିପୋର୍ଟ ଦାଖଲ କରିବ।

Representative Image Courtesy of Indian Express

ସେ କହିଛନ୍ତି: ହିଟ୍‌ ସିଲ୍‌ଡ୍‌ ମଧ୍ୟରେ ଲାଗି ରହିଥିବା ତ୍ରୁଟିଯୁକ୍ତ କୃତ୍ରିମ ଉପଗ୍ରହ ତଥାପି ମହାକାଶରେ ଘୂରି ବୁଲୁଛି ଏବଂ ଯେ କୌଣସି ସମୟରେ ତାହା ପ୍ରଶାନ୍ତ ମହାସାଗର ମଧ୍ୟକୁ ଖସି ପଡ଼ିବାର ସମ୍ଭାବନା ରହିଛି। ଅଗଷ୍ଟ ୩୧ ତାରିଖ ଦିନ ପିଏସ୍‌ଏଲ୍‌ଭି-ସି୩୯ ୧. ୪ ଟନ୍‌ ଓଜନ ବିଶିଷ୍ଟ୍‍ ଆଇଆର୍‌ଏନ୍‌ଏସ୍‌ଏସ୍‌-ଓ୍ଵାନ୍‌ଏଚ୍‌ କୃତ୍ରିମ ଉପଗ୍ରହଟିକୁ ଜିଓ କକ୍ଷପଥରେ ସ୍ଥାପନ କରି ପାରି ନ ଥିଲା। ଶ୍ରୀହରିକୋଟାରୁ ଉତ୍‌କ୍ଷେପିତ ହେବାର ମାତ୍ର କେଇ ମିନିଟ୍‌ ପରେ ଏହାର ହିଟ୍‌ ସିଲ୍‌ଡ୍‌ ପୃଥକ୍‌ ନ ହୋଇ ପାରିବାରୁ ଏହି ଉତ୍‌କ୍ଷେପଣ ବିଫଳ ହୋଇଥିଲା।

ସମ୍ବନ୍ଧିତ ଖବର