ସ୍ବପ୍ନାଙ୍କୁ ନେଇ ବିବାଦ, କଂଗ୍ରେସରେ ଯୋଗଦେବାକୁ ଖଣ୍ଡନ

ପ୍ରମାଣ ଦେଖାଇଲା କଂଗ୍ରେସ, ରାହୁଲଙ୍କୁ ବାହା ହେବାକୁ କହିଲେ ବିଜେପି ନେତା

ନୂଆଦିଲ୍ଲୀ: ଗାୟିକା ତଥା ନୃତ୍ୟାଙ୍ଗନା ସ୍ବପ୍ନା ଚୌଧୁରୀଙ୍କୁ ନେଇ ଏବେ ରାଜନୈତିକ ବିବାଦ ତେଜିବାରେ ଲାଗିଛି। ସ୍ବପ୍ନା କଂଗ୍ରେସରେ ଯୋଗଦେଇଥିବା ନେଇ ଦଳ ପକ୍ଷରୁ ଗଣମାଧ୍ୟମକୁ ତଥ୍ୟ ଦିଆଯିବା ପରେ ଆଜି ସ୍ବପ୍ନା ଏହାକୁ ଖଣ୍ଡନ କରି ସେ କଂଗ୍ରେସରେ ଯୋଗ ଦେଇନାହାନ୍ତି କିମ୍ବା କଂଗ୍ରେସ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି। ସ୍ବପ୍ନା କହିଛନ୍ତି, ତାଙ୍କ ପାଇଁ ସବୁଦଳ ସମାନ ଏବଂ କଂଗ୍ରେସ ତାଙ୍କ ସଂପର୍କରେ ମିଥ୍ୟା ପ୍ରଚାର ବନ୍ଦ କରିବା ଆବଶ୍ୟକ। ତେବେ କଂଗ୍ରେସ ଆଜି ସ୍ବପ୍ନା ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ଜାରି କରିବା ସହ ଦଳରେ ଯୋଗଦେବାର ପ୍ରମାଣପତ୍ର ମଧ୍ୟ ‌ଦେଖାଇଛି। ଅନ୍ୟପକ୍ଷରେ ସ୍ବପ୍ନା ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ ଆଜି ଜଣେ ବିଜେପି ନେତା ବିବାଦୀୟ ବୟାନ ଦେଇଛନ୍ତି । ସୋନିଆ ଗାନ୍ଧୀ ଏବଂ ସ୍ୱପ୍ନା ଚୌଧୁରୀ ଏକା ବୃତ୍ତିର । ତେଣୁ ରାହୁଲ ଗାନ୍ଧୀ ସ୍ବପ୍ନାଙ୍କୁ ବାହା ହୁଅନ୍ତୁ ବୋଲି ପ୍ରସ୍ତାବ ଦେଇ ବିବାଦକୁ ଆସିଛନ୍ତି ଉତ୍ତର ପ୍ରଦେଶ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ । ହରିୟାଣା ନୃତ୍ୟାଙ୍ଗନା ସ୍ୱପ୍ନା ଯେଉଁ ବୃତ୍ତିର ସୋନିଆ ମଧ୍ୟ ଇଟାଲୀରେ ସେୟା କରୁଥିଲେ । ସୋନିଆଙ୍କୁ ଯେଭଳି ରାହୁଲଙ୍କ ବାପା ରାଜୀବ ଗ୍ରହଣ କରିଥିଲେ, ସେଭଳି ରାହୁଲ ବି ସ୍ବପ୍ନାଙ୍କୁ ଗ୍ରହଣ କରି ବାହା ହୁଅନ୍ତୁ ବୋଲି ସୁରେନ୍ଦ୍ର ପ୍ରସ୍ତାବ ଦେବା ସହ ଉଭୟ ଶାଶୂ, ବୋହୂ ଏକା ସଂସ୍କୃତିର ହେବା ବହୁତ ଭଲ ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର