ଆଇଟି କମ୍ପାନି ପ୍ରଭାବିତ ହେବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏଚ୍‌-୧ବି ଭିସା ନିୟମ କଠୋର କରିଛନ୍ତି। ଫଳରେ ଭାରତୀୟ ଆଇଟି କମ୍ପାନି ଏହାଦ୍ୱାରା ବିଶେଷ ପ୍ରଭାବିତ ହେବ ବୋଲି ଜଣାପଡ଼ିଛି । ଆମେରିକା ସରକାରଙ୍କ ନୂଆ ନୀତି ଅନୁଯାୟୀ କର୍ମଚାରୀଙ୍କୁ ଏହା ସାବ୍ୟସ୍ତ କରିବାକୁ ପଡ଼ିବ ଯେ ସେମାନେ ଗୋଟିଏ କିମ୍ବା ଏକାଧିକ ସ୍ଥାନରେ ନିର୍ଦ୍ଦିଷ୍ଟ କାମ କରିବାକୁ ଏହି ଭିସା ମାଧ୍ୟମରେ ଆସିଛନ୍ତି। ଆମେରିକା ସରକାର ଏଚ୍‌୧-ବି ଭସା ଏଭଳି କମ୍ପାନିଙ୍କ ପାଇ ଜାରି କରିଛନ୍ତି ଯାହା ଅତ୍ୟନ୍ତ କୁଶଳୀ ଏବଂ ସେଠାରେ ବିଭିନ୍ନ ବର୍ଗର ଦକ୍ଷ କର୍ମଚାରୀ ନିୟୋଜିତ ହୋଇଥାନ୍ତି । ଏଚ୍‌-୧ବି ଭିସା ନିୟମରେ ସବୁଠାରୁ ଅଧିକ ଫାଇଦା ଭାରତୀୟ କମ୍ପାନିମାନେ ପୂର୍ବରୁ ନେଉଥିବା ବେଳେ ଏବେ କଟକଣା ଦ୍ୱାରା ସମସ୍ୟା ଉପୁଜିବ ବୋଲି ଜଣାପଡ଼ିଛି । ଆମେରିକାରେ ବ୍ୟାଙ୍କିଙ୍ଗ୍‌, ଟ୍ରାଭେଲ୍‌ ଏବଂ ବାଣିଜ୍ୟିକ ସେବା ଭାରତୀୟ ଆଇଟି କର୍ମଚାରୀଙ୍କ ଉପରେ ବିଶେଷ ନିର୍ଭରଶୀଳ।

ସମ୍ବନ୍ଧିତ ଖବର