ରୋଗମୁକ୍ତ ହେଲେ ଏଚ୍‌ଆଇଭି ପୀଡ଼ିତ, ଏହି ପ୍ରକ୍ରିୟା ଦ୍ୱାରା ହୋଇ ପାରିଲା ସମ୍ଭବ

ନୂଆଦିଲ୍ଲୀ : ଏଡ୍‌ସ ରୋଗକୁ ଦୂରାରୋଗ୍ୟ ବୋଲି ଲୋକେ ଭାବିବା ସହ ଏହି ରୋଗ ହେଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଲୋକେ ଭାବିଥାନ୍ତି । କିନ୍ତୁ ଏବେ ଏହି ରୋଗର ଚିକିତ୍ସା ଖୋଜୁଥିବା ଅନୁସନ୍ଧାନକାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଲଣ୍ଡନରେ ଜଣେ ଏଡ୍‌ସ ରୋଗୀଙ୍କ ଶରୀରରେ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ କରାଯାଇ ପୀଡ଼ିତଙ୍କୁ ଏଚ୍‌ଆଇଭି ସଂକ୍ରମଣରୁ ମୁକ୍ତ କରାଯାଇ ପାରିଥିବା ଜଣା ପଡ଼ିଛି । ଏ ଘଟଣା ଦ୍ୱିତୀୟ ଥର ପାଇଁ ଘଟିଥିବା ବେଳେ ଏହା ପୂର୍ବରୁ ବର୍ଲିନ୍‌ରେ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ କରାଯାଇ ଏଚ୍‌ଆଇଭି ପୀଡ଼ିତଙ୍କ ଜୀବନ ବଞ୍ଚା ଯାଇ ପାରିଥିଲା ।

The Guardian

୧୦ବର୍ଷ ତଳେ ବର୍ଲିନ୍‌ରେ ଏଚ୍‌ଆଇଭି ପୀଡ଼ିତଙ୍କ ଶରୀରରେ ସଫଳ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ କରାଯାଇଥିବା ବେଳେ ଏବେ ଲଣ୍ଡନରେ ଏହି ପ୍ରତିରୋପଣ ସଫଳ ହେବା ଅନୁସନ୍ଧାନକାରୀଙ୍କ ପାଇଁ ଖୁସି ଖବର । ଲଣ୍ଡନରେ ପ୍ରତିରୋପଣର ୧୯ମାସ ପରେ ମଧ୍ୟ ପୀଡ଼ିତଙ୍କ ଶରୀରରେ ଏଚ୍‌ଆଇଭିର କୌଣସି ସଙ୍କେତ ଦେଖା ଯାଇ ନ ଥିବା ଜଣା ପଡ଼ିଛି । ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ କରାଯାଇଥିବା ଦୁଇ ଏଚ୍‌ଆଇଭି ପୀଡ଼ିତ ରକ୍ତ କର୍କଟରେ ପୀଡ଼ିତ ଥିଲେ । ଦୁହିଁଙ୍କର ଅସ୍ତି ମଜ୍ଜା ପ୍ରତିରୋପଣ କରାଯିବା ପରେ ଷ୍ଟେମ୍‌ ସେଲ୍‌ ପ୍ରତିରୋପଣ କରାଯାଇଥିଲା । ଯାହା ଏଚ୍‌ଆଇଭି ଭାଇରାସକୁ ବଢ଼ିବାକୁ ପ୍ରତିରୋଧ କରିଥିଲା । ଏହି ପ୍ରତିରୋପଣ ପରେ ଦୁଇ ଜଣ ଯୁବକ ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର