ଦ କ୍ୱିଣ୍ଟର ପ୍ରତିଷ୍ଠାତା ରାଘବ ବେହେଲଙ୍କ ଘର, ଅଫିସରେ ଆୟକର ଚଢଉ

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ଆଜି ସକାଳେ ଗଣମାଧ୍ୟମ ବ୍ୟକ୍ତିତ୍ୱ ତଥା କ୍ୱିଣ୍ଟର ପ୍ରତିଷ୍ଠାତା ରାଘବ ବେହେଲଙ୍କ ନୋଇଡା ସ୍ଥିତ ଘରେ ଓ ଅଫିସରେ ଚଢଉ କରାଯାଇଛି । ଟିକସ ଠକେଇ ଅଭିଯୋଗରେ ଏହି ଚଢଉ କରାଯାଇଥିବା ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ବିଭିନ୍ନ ସଂଦିଗ୍ଧ ସୁତ୍ରରୁ ନିବେଶ ପାଣ୍ଠି ସଂଗ୍ରହ, ଲଙ୍ଗ ଟର୍ମ କ୍ୟାପିଟାଲ ଗେନ ମାମଲାରେ ତାଙ୍କ ଉପରେ ବହୁ ଦିନ ଧରି ଆୟକର ବିଭାଗ ଓ ଇଡିର ନଜର ରହିଥିଲା । ଏହି ମାମଲାରେ ଆଉ ତିନଜଣ ଏଲ.ଲଲଓ୍ଵାନୀ, ଅନୁପ ଜୈନ ଓ ଅଭିମନ୍ୟୁ ଙ୍କ ଉପରେ ଚଢଉ ହୋଇଛି । ଏହି ଚଢଉ ସମୟରେ ମୁମ୍ବଇ ଥିବା ରାଘବ ବେହେଲ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହା ଗଣମାଧ୍ୟମର ସ୍ୱାଧୀନତା ଉପରେ ହସ୍ତକ୍ଷେପ ବୋଲି ଏଡିଟର୍ସ ଗିଲ୍ଡ ନିକଟରେ ଅଭିଯୋଗ କରିଛନ୍ତି । ଆୟକର ଅଧିକାରୀମାନଙ୍କୁ ତାଙ୍କ ଅଫିସରେ କୌଣସି ନ୍ୟୁଜ ସଂପର୍କିତ କାଗଜପତ୍ର ଓ ତଥ୍ୟ ଉପରେ ହାତ ନ ମାରିବାକୁ ସେ ଅନୁରୋଧ କରିଛନ୍ତି । ଏହା ଯଦି ସେମାନେ ନ କରନ୍ତି ତେବେ ସେ ଦୃଢ ଆଇନଗତ ପଦକ୍ଷେପ ନେବେ ବୋଲି ଟ୍ଵିଟରରେ ଚେତାବନୀ ଶୁଣାଇଛନ୍ତି ।

ସମ୍ବନ୍ଧିତ ଖବର