ଆୟକର ରିଟର୍ଣ୍ଣ ଦାଖଲ କରି ନାହାନ୍ତି କି? ଜରିମାନା ସହ ଭୋଗି ପାରନ୍ତି ଏହି ସବୁ ଅସୁବିଧା

ନୂଆଦିଲ୍ଲୀ: ଆଜି (୩୧ ଅଗଷ୍ଟ) ହେଉଛି ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ। ଚଳିତ ବର୍ଷ ଲାଗି ଆୟକର ଦାଖଲର ଶେଷ ତାରିଖ ୩୧ ଜୁଲାଇ ରହିଥିବା ସମୟରେ ଆୟକର ବିଭାଗ ଏହାକୁ ଏକ ମାସ ଘୁଞ୍ଚାଇ ଦେଇଥିଲେ। ଯେଉଁମାନେ ଆଜି ସୁଦ୍ଧା ନିଜର ଆୟକର ରିଟର୍ଣ୍ଣ ଦାଖଲ କରି ନପାରିବେ, ସେମାନଙ୍କୁ ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡିବ।

ଜରିମାନା:୫,୦୦୦ରୁ ୧୦,୦୦୦

ଶେଷ ତାରିଖ ପରେ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଯଦି ଆପଣଙ୍କ ଆୟ ବାର୍ଷିକ ୫ ଲକ୍ଷରୁ କମ୍‌ ତେବେ ୧୦୦ଟଙ୍କାର ଜରିମାନା ଲାଗିବ। ସେହିପରି ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଅଧିକ ଓ ଆପଣ ଡିସେମ୍ବର ୩୧, ୨୦୧୮ ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି, ତେବେ ଆପଣ ୫୦୦୦ଟଙ୍କା ଜରିମାନା ଦେବେ। ଯଦି ଏହି ତାରିଖ ବି ଟପିଯାଏ ତେବେ ଜରିମାନା ରାଶି ୧୦,୦୦୦ ହୋଇଯିବ।

ବକେୟା ଆୟକର ଉପରେ ଲାଗିବ ସୁଧ

ଯଦି ବିଳମ୍ବରେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି,ତେବେ ଆପଣଙ୍କୁ ବକେୟା ଆୟକର ସହ ସୁଧ ମଧ୍ୟ ଦେବାକୁ ପଡ଼ିବ। ଅତିକମ୍‌ରେ ଆପଣଙ୍କୁ ବକେୟା ଆୟକର ଉପରେ ୧% ସୁଧ ଦେବାକୁ ପଡ଼ିବ।

Business Today

ବିଳମ୍ବ ହେବ ରିଫଣ୍ଡ୍‌

ଶେଷ ତାରିଖ ଗଡ଼ିଯିବା ପରେ ଯଦି ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ତେବେ ଆପଣଙ୍କର ରିଫଣ୍ଡ ପାଇବା ବିଳମ୍ବିତ ହୋଇପାରେ। କାରଣ ଆୟକର ବିଭାଗ ପ୍ରଥମେ ଆସିଥିବା ରିଟର୍ଣ୍ଣକୁ ହିସାବ ଲାଗିପ୍ରଥମେ ଗ୍ରହଣ କରିଥାଏ। ତେଣୁ ଆପଣ ଯଦି ଆୟକର ଦାଖଲରେ ଅଯଥା ବିଳମ୍ବ କରନ୍ତି ତେବେ ଆୟକର ବିଭାଗ ଠାରୁ ରିଟର୍ଣ୍ଣ ପାଇବାରେ ମଧ୍ୟ ବିଳମ୍ବ ହେବ।

ସମ୍ବନ୍ଧିତ ଖବର