ଲଗାଣ ବର୍ଷାରେ ଗୌହାଟି ବିମାନ ବନ୍ଦର ବେହାଲ୍‌; ଛାତ ଫାଟି ଗଳିଲା ପାଣି, ଦେଖନ୍ତୁ ଭିଡିିଓ

ନୂଆଦିଲ୍ଲୀ : ଲଗାଣ ବର୍ଷା ହେତୁ ଗୌହାଟି ବିମାନବନ୍ଦରର ଛାତରୁ ପାଣି ଗଳୁଥିବାର ଦେଖିବାକୁ ମିଳିଛି । ଛାତ ତଳେ ବସିଥିଲେ ବି ବର୍ଷାରେ ଓଦା ହେବା ଭଳି ଅନୁଭବ କରିଥିଲେ ଯାତ୍ରୀ । ପ୍ରତୀକ୍ଷା ଲାଉଞ୍ଜରେ ପାଣି ଭରି ଯିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସାମ୍ନା କରିଥିଲେ । ଯଦିଓ ଏହା ଦ୍ୱାରା ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇ ନ ଥିଲା, କିନ୍ତୁ ସୋସିଆଲ ମିଡିିଆରେ ଏହାର ଭିଡ଼ିଓ ଭାଇରାଲ ହେବା ପରେ ବିମାନବନ୍ଦରର ଅଧିକାରୀ ତୁରନ୍ତ ବିମାନବନ୍ଦରର ଛାତର ମରାମତି କରାଇଥିଲେ ।

ସୂଚନା ମୁତାବକ, ଗୌହାଟି ବିମାନବନ୍ଦରରେ ରାତି ୮.୪୫ରୁ ରାତି ୧୦ଟା ପର୍ଯ୍ୟନ୍ତ ବର୍ଷା ପାଣି ଛାତ ଦେଇ ତଳକୁ ବୋହିବାରେ ଲାଗିଥିଲା । ଭିଡ଼ିଓ ଦେଖିବା ପରେ ବିମାନବନ୍ଦର ଭିତରେ ବର୍ଷା ହେଉଥିବା ଭଳି ଜଣା ପଡ଼ୁଥିଲା । ମୁଖ୍ୟ କଥା ହେଲା, କିଛି ଦିନ ତଳେ ଏହି ଛାତର ମରାମତି କାମ କରାଯାଇଥିଲା । କିନ୍ତୁ ମରାମତି ଠିକ୍‌ ଭାବରେ ହୋଇ ନ ଥିବାରୁ ଏହି ସମସ୍ୟା ଉପୁଜୁଥିବା କହିଛନ୍ତି ମ୍ୟାନେଜର ପିକେ ତୈଲଙ୍ଗ । ଏ ପର୍ଯ୍ୟନ୍ତ ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ଯାତ୍ରୀମାନଙ୍କୁ ଏ ନେଇ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର