ଏମ୍‌ଜେ ଆକବରଙ୍କ ଦାବିକୁ ଖଣ୍ଡନ କଲେ ଆମେରିକୀୟ ସାମ୍ବାଦିକା: ସହମତିରେ ନୁହେଁ ବଳପୂର୍ବକ ସମ୍ପର୍କ ରଖିଥିଲେ

ନୂଆଦିଲ୍ଲୀ: ‘ଏସିଆନ୍‌ ଏଜ୍‌’ରେ କାମ କରୁଥିବା ବେଳେ ସହମତିରେ ସମ୍ପର୍କ ରଖିଥିଲେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବର କହୁଥିବା କଥାକୁ ଖଣ୍ଡନ କରିଛନ୍ତି ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିବା ଆମେରିକୀୟ ସାମ୍ବାଦିକା ପଲ୍ଲବୀ ଗୋଗୋଇ।

ଟୁଇଟ୍‌ ଯୋଗେ ଗୋଗୋଇ କହିଛନ୍ତି: ଏହା ସହମତଜନିତ ସମ୍ପର୍କ ନ ଥିଲା।

ମୁଁ ଶାରୀରିକ, ମୌଖିକ ଏବଂ ଯୌନାଚାରରେ ଏମ୍‌ଜେ ଆକବରଙ୍କ ଦ୍ୱାରା ସରବ୍ୟ ହୋଇଥିବା ଖବର ଗତକାଲି ‘ଦି ଓ୍ଵାସିଂଟନ୍‌ ପୋଷ୍ଟ୍‍’ ପ୍ରଥମ କରି ପ୍ରକାଶ ପାଇଥିଲା। ୨୦ ପୂରିବା ସମୟରେ ଜଣେ ଉଚ୍ଚାଭିଳାଷୀ ସାମ୍ବାଦିକା ଏବଂ କର୍ମଚାରୀ ଭାବେ ତାଙ୍କ ନେତୃତ୍ୱାଧୀନ ଖବରକାଗଜରେ ମୁଁ ଚାକିରି କରୁଥିଲି। ମୋ ସହ ସାହସର ସହ ଆଗେଇ ଆସି ଅଭିଯୋଗ କରିଥିବା ଅନ୍ୟାନ୍ୟ ଯୁବତୀମାନଙ୍କ ପ୍ରତି କ୍ରମାଗତ ଅସଦାଚରଣ କରିଥିବା କାରଣରୁ ନିଜକୁ ଦାୟୀ ନ କରି ଅନ୍ୟାନ୍ୟ କ୍ରମାଗତ ଯୌନଉତ୍ପୀଡ଼କଙ୍କ ଭଳି ଆକବର ଜୋର୍‌ ଦେଇ କହୁଛନ୍ତି ଯେ ସେ ସମ୍ପର୍କ ଥିଲା ସହମତିଗତ। ଏ କଥା ସତ ନୁହେଁ।

ଗୋଗୋଇ କହିଛନ୍ତି: ‘ଦି ଓ୍ଵାସିଙ୍ଗ୍‌ଟନ୍‌ ପୋଷ୍ଟ୍‍’ରେ ପ୍ରକାଶିତ ଆଲେଖ୍ୟର ପ୍ରତି କଥା ସତ୍ୟ। ମୁଁ ସତ କହିବା ଚାଲୁ ରଖିବି ଫଳରେ, ତାଙ୍କ ଦ୍ୱାରା ଉତ୍ପୀଡ଼ିତ ଅନ୍ୟ ମହିଳାମାନେ ବି ଆଗେଇ ଆସି ସତ କହିବେ।

ସମ୍ବନ୍ଧିତ ଖବର