କୋଭିଡ୍-୧୯ ସଂଗ୍ରାମ ଦୀର୍ଘ ଦିନ ଚାଲିବ, କ୍ଳାନ୍ତ ହେବନି କି, ହାର ମାନିବନି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ଦୀର୍ଘ ଦିନ ଲଢ଼େଇ ଚାଲିବ। ତେଣୁ, ଲୋକେ କ୍ଳାନ୍ତ ହୁଅନ୍ତୁ ନାହିଁ କି, ପରାସ୍ତ ହୁଅନ୍ତୁ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ କହିଛନ୍ତି ।

ଭାରତୀୟ ଜନତା ପାର୍ଟିର ୪୦ତମ ପ୍ରତିଷ୍ଠା ଦିବସ ଅବସରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଭାରତରୁ କୋଭିଡ୍-୧୯କୁ ବିଲୋପ କରିବାକୁ ସାମାଜିକ ଦୂରତ୍ୱ ଉପରେ ଗୁରତ୍ୱ ଦେବା ଅପରିହାର୍ଯ୍ୟ । ଏହାଛଡ଼ା ଅସୁବିଧାରେ ଥିବା ବ୍ୟକ୍ତିବିଶେଷଙ୍କୁ ସହାୟତା କରିବାକୁ ମଧ୍ୟ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସଙ୍କଟମୟ ପରିସ୍ଥିତିରେ ଯେମିତି କେହି ଭୋକିଲା ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ ତାଙ୍କୁ କହିଛନ୍ତି ।

Image Source: Hindustan Times

ସହଯୋଗ ନିମନ୍ତେ ଦେଶବାସୀଙ୍କୁ ପ୍ରଶଂସା କରି ସେ କହିଛନ୍ତି ଜନତା କର୍ଫ୍ୟୁ ହେଉ, କିଂବା ଦେଶବ୍ୟାପୀ ଲକଡାଉନ୍ ହେଉ ଆମେ ସମସ୍ତେ ଏକଜୁଟ ହୋଇଛନ୍ତି । ୧୩୦ କୋଟି ଭାରତୀୟ ଦେଖାଇଥିବା ଅଗ୍ରଗତି ଅପୂର୍ବ । କେହି ବିଶ୍ୱାସ କରି ନ ଥିଲେ ଏ ଦେଶର ଲୋକେ ଏଡ଼େ ଶୃଙ୍ଖଳିତ ।

ସମ୍ବନ୍ଧିତ ଖବର