ଇଟାଲୀ ଗବେଷକ କହିଲେ କୋଭିଡ୍‌-୧୯ ଭାଇରସ୍‌ ନୁହେଁ, ଏକ ବ୍ୟାକ୍ଟେରିଆ ! ଚିକିତ୍ସା ପାଇଁ ଲୋଡ଼ା ଆଣ୍ଟିବ‌ାୟୋଟିକ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ଫାର୍ମା କମ୍ପାନି ଔଷଧ ତିଆରି କରିବା ପାଇଁ ଆଗେଇ ଆସିଥିବା ବେଳେ ଏବେ ଏହି ଦୌଡ଼ରେ ଆଗରେ ରହିଛି ଇଟାଲୀ। ଇଟାଲୀୟ ଡାକ୍ତରମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍‌ଲୁଏଚ୍‌ଓ)ର ନିୟମକୁ ଉଲ୍ଲଂଘନ କରି କରୋନାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିିଙ୍କ ଶରୀର ବ୍ୟବଚ୍ଛେଦ ( ଅଟୋପ୍ସି) କରି କହିଛନ୍ତି କି କରୋନା ଏକ ଭାଇରସ୍‌ ନୁହେଁ, ଏହା ଏକ ବ୍ୟାକ୍ଟେରିଆ। ଏହି ବ୍ୟାକ୍ଟେରିଆର ସଂକ୍ରମଣରେ ମଣିଷର ରକ୍ତ ଜମାଟ ହୋଇଯାଏ, ଯାହା ଫଳରେ ମୃତ୍ୟୁ ଘଟେ।

ଡାକ୍ତରଙ୍କ କହିବାନୁସାରେ ବ୍ୟାକ୍ଟେରିଆକୁ ଆଣ୍ଟିବ‌ାୟୋଟିକ୍‌ ଦ୍ବାରା ଶେଷ କରାଯାଇପାରେ। ସେମାନେ ମଣିଷ ଶରୀରରେ ଅମ୍ଳଜାନର ପରିମାଣ କମ୍‌ କରୁଥିବା ବ୍ୟାକ୍ଟେରିଆ ଉପରେ ୫ଜି ଇଲେକ୍‌ଟ୍ରୋମ୍ୟାଗ୍‌ନେଟିକ୍‌ ରଶ୍ମୀ ପକାଇ ଥିଲେ। ରୋଗୀଙ୍କ ଉପରେ ଔଷଧ ‘ଆସ୍‌ପ୍ରିନ୍‌ ୧୦୦ ଏମ୍‌ଜି’ ଓ ‘ପାରାସିଟାମଲ୍‌’ ନେଇ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ସକାରାତ୍ମକ ଦିଗ ନଜର ଆସିଛି।


Times Now

ଗବେଷକମାନେ ସେମାନଙ୍କ ପରୀକ୍ଷଣରେ ଜଣେ କ‌ୋଭିଡ୍‌ ସଂକ୍ରମିତଙ୍କ ମୃତଦେହର ବ୍ୟବଚ୍ଛେଦ କରିବା ପରେ ଜାଣିବାକୁ ପାଇଲେ ଯେ ମୃତକର ହାତ ଗୋଡ଼ରେ ଥିବା ରକ୍ତ ଧମନିରେ ରକ୍ତ ସବୁ ଜମାଟ ହୋଇଯାଇଥିଲା। ଯାହା ଫଳରେ ମସ୍ତିଷ୍କ, ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଆଦି ଶରୀରର ଅଙ୍ଗକୁ ଅମ୍ଳଜାନ ପ୍ରବାହିତ ହେଉ ନଥିଲା। ଫଳରେ ରୋଗୀର ମୃତ୍ୟୁ ଘଟିଥିଲା।

ଉଲ୍ଲେଖଯୋଗ୍ୟ, ଗୋଟାଏ ଦିନ ଭିତରେ ୧୪ ହଜାର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର