କେବଳ ପତ୍ନୀ ମେଲାନିଆ ନୁହନ୍ତି;କନ୍ୟା ଇଭାଙ୍କା ଓ ଜମାତା ଜାରେଡ୍‌ଙ୍କ ସହ ଭାରତ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ସସ୍ତ୍ରୀକ ନୁହେଁ ବରଂ ସପରିବାରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବୋଲି ଆଜି ହ୍ଵାଇଟ ହାଉସ୍‌ ପକ୍ଷରୁ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ତାଙ୍କ କନ୍ୟା ଇଭାଙ୍କା ଟ୍ରମ୍ପ ଓ ଜାମାତା ଜାରେଡ୍‌ କୁଶ୍‌ନେର ମଧ୍ୟ ରାଷ୍ଟ୍ରପତି ଦମ୍ପତିଙ୍କ ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ନେଇ ଆଜି ହ୍ଵାଇଟ ହାଉସ ସ୍ପଷ୍ଟ କରିଛି।

Financial Express

ଉଲ୍ଲେଖଯୋଗ୍ୟ, ଇଭାଙ୍କା ଟ୍ରମ୍ପ (୩୮) ଓ ତାଙ୍କ ସ୍ୱାମୀ ଜାରେଡ୍‌ କୁଶ୍‌ନେର (୩୯) ଏବେ ହ୍ଵାଇଟ୍‌ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତ ଅଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏହି ଦୁଇ ଦିିନିଆ ଭାରତ ଗସ୍ତରେ ଆସୁଥିବା ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରେନ୍‌, ଅର୍ଥ ସଚିବ ଷ୍ଟିଭ୍‌ ମୁନ୍‌ଚିନ୍‌, ବାଣିଜ୍ୟ ସଚିବ ଉଲ୍‌ବୁର ରସ୍‌ ଏବଂ ଶକ୍ତି ସଚିବ ଡାନ୍‌ ବ୍ରୋଉଲିଟି ପ୍ରମୁଖ ମଧ୍ୟ ଆସୁଥିବା ସ୍ପଷ୍ଟ କରିଛି ହ୍ଵାଇଟ୍‌ ହାଉସ୍‌।

ସମ୍ବନ୍ଧିତ ଖବର