ସୁନା ଓ ରୁପା ଥାଳିରେ ଟ୍ରମ୍ପ ଖାଇବେ ବିରିୟାନୀ, ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରୁ ଡକାଯାଇଛି ସେଫ

ନୂଆଦିଲ୍ଲୀ: ଆଗାମୀ ସପ୍ତାହରେ ହାଇଦ୍ରାବାଦରେ ଆୟୋଜିତ ହେବାକୁ ଥିବା ଗ୍ଲୋବାଲ ଇକୋନୋମିକ ସମିଟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଭାରତ ଗସ୍ତରେ ଆସିବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାଗସ୍ତରେ ଯାଇଥିବା ବେଳେ ଗ୍ଲୋବାଲ ଇକୋନୋମିକ ସମିଟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଇଭାଙ୍କାଙ୍କୁ ନିମନ୍ତ୍ରଣ କରିଥିଲେ। ଇଭାଙ୍କା ମଧ୍ୟ ମୋଦିଙ୍କ ନିମନ୍ତ୍ରଣକୁ ରକ୍ଷା କରି ଭାରତ ଆସୁଛନ୍ତି । ଏଥିପାଇଁ ସହରକୁ ସମ୍ପୂର୍ଣ୍ଣ ଭାବେ ସଜାଇବାକୁ ହାଇଦ୍ରାବାଦ ପ୍ରଶାସନ ନିଷ୍ପତି ନେଇଛି । ଏହାର ପ୍ରଭାବ ଉଭୟ ମଣିଷ ଓ ପଶୁଙ୍କ ଉପରେ ପଡିଥିବା ଦେଖିବାକୁ ମିଳିଛି।

କିଛି ଲୋକଙ୍କ କହିବା କହିବା ଅନୁଯାୟୀ, ଇଭାଙ୍କା ଆସିବା ପୂର୍ବରୁ ହାଇଦ୍ରାବାଦ ନଗର ନିଗମ ସହରରେ ବୁଲୁଥିବା ସମସ୍ତ ଭିକାରୀକୁ ପୁଲିସ ଧରି ଥଇଥାନ କେନ୍ଦ୍ରରେ ଛାଡିଛି । ରାସ୍ତାରେ ହାଇଦ୍ରାବାଦ ପ୍ରାଶସନ ଯେଉଁଠାରେ ଭିକାରୀ ଦେଖୁଛନ୍ତି ସେମାନଙ୍କୁ ଉଠାଇ ନେଇ ଯାଉଛନ୍ତି। ଫଳରେ ସେମାନଙ୍କ ବୃତ୍ତି ଉପରେ ମଧ୍ୟ ପ୍ରଭାବ ପଡୁଛି। କେବଳ ଏତିକି ନୁହେଁ ପ୍ରାଶସନ ପକ୍ଷରୁ କୁକୁର ମାରିବା ଅଭିଯାନ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ହେଉଥିବା ଅଞ୍ଚଳରେ ବୁଲା କୁକୁରଙ୍କୁ ବିଷ ଦେଇ ମରାଯାଉଥିବା ଅଭିଯୋଗ ହେଉଛି । ଏପରିକି ବିଷ ପ୍ରଭାବରେ ଅନେକ କୁକୁର ଗୁରୁତର ଅସୁସ୍ଥ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ଏପରିକି ଇଭାଙ୍କାଙ୍କ ରହିବା ପାଇଁ ଫଳକନୁମା ପ୍ୟାଲେସକୁ ବୁକ୍‌ କରାଯାଇଛି । ତେଲେଙ୍ଗାନା ସରକାରଇଭାଙ୍କାଙ୍କ ଖାଇବା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି । ପ୍ରତି ଖାଦ୍ୟ ତାଲିକା ପାଇଁ ତାଜ ହୋଟଲରେ ଏକ୍ସପର୍ଟଙ୍କୁ ଡକା ଯାଇଛି । ଖାସକରି ହାଇଦ୍ରାବାଦୀ ବିରିୟାନୀ ତିଆରି କରିବା ପାଇଁ ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରୁ ସେଫଙ୍କୁ ଡକାଯାଇଛି। ଇଭାଙ୍କାଙ୍କ ସୁନା ଓ ରୂପା ଥାଳିରେ ଖାଦ୍ୟ ପରଷା ଯିବ ବୋଲି ଜଣାପଡିଛି ।

ଇଭାଙ୍କାଙ୍କୁ ସ୍ୱାଗତ କରିବା ପାଇଁ ଇଣ୍ଡୋନେସିଆ, ବ୍ୟାଙ୍କକ ଓ ବାଙ୍ଗାଲୋରରୁ ଫୁଲ ଅର୍ଡର କରାଯାଇଛି । ସେହିପରି ଇଭାଙ୍କାକ ସୁରକ୍ଷା ଦାୟିତ୍ୱରେ ତେଲଙ୍ଗାନାର ଆଣ୍ଟି ନକ୍ସଲ ଫୋର୍ସ ଓ ସ୍ନାଇପର୍ସ ଅକ୍ଟୋପସ କମାଣ୍ଡୋଙ୍କ ହାତରେ ନ୍ୟସ୍ତ ରହିବ । ଏମାନେ ଇଭାଙ୍କାଙ୍କୁ ଚାରି ପଟରୁ ଘେରି ରହିବେ। ଇଭାଙ୍କାଙ୍କ ଗସ୍ତବେଳେ ଫାଲକନାମା ପ୍ୟାଲେସ, କନଭେନସନ୍‌ ସେଂଟର୍‌ ଓ ମିୟାପୁରରେ ମୁତୟନ ରହିବେ ତେଲେଙ୍ଗାନା ଏଲିଟ୍‌ ଗ୍ରୁପ୍ର ଗ୍ରେହାଉଣ୍ଡ ଆଂଟି ନକ୍ସଲ ଫୋର୍ସ ଓ ଲକ୍ଷ୍ୟଭେଦରେ ମାହିର ଅକ୍ଟୋପସ୍‌ ଆଂଟି ଟେରର ଫୋର୍ସର କମାଣ୍ଡୋ । ଏହି ତିନୋଟି ସ୍ଥାନରେ କମାଣ୍ଡୋଙ୍କ ହାତରେ ରୁଷ୍‌ ର୍ନିମିତ ଦର୍ଗୁନୋଭ୍‌ ସ୍ୱତନ୍ତ୍ର ରାଇଫଲ୍‌ ରହିବ । ରାତିରେ ମଧ୍ୟ ଏହି ରାଇଫଲ୍‌ ସହାୟତାରେ ସହଜରେ ଲକ୍ଷ୍ୟଭେଦ କରିହେବ । ନଭେମ୍ବର ୨୫ ତାରିଖରୁ କମାଣ୍ଡୋ ଏହି ୩ଟି ସ୍ଥାନରେ ମୁତୟନ ହେବେ ।

ସମ୍ବନ୍ଧିତ ଖବର