ସାମ୍ବାଦିକ ଶୁଜାତ୍‌ ବୁଖାରିଙ୍କ ଆତତାୟୀଙ୍କ ଫଟୋ ରିଲିଜ୍‌ କଲା କଶ୍ମୀର ପୁଲିସ

0 366

ଶ୍ରୀନଗର: ବିଳମ୍ବିତ ରାତ୍ରୀରେ ଜମ୍ମୁ ଓ କଶ୍ମୀର ପୁଲିସ ରିଲିଜ୍‌ କରିଛି ବାଇକ୍‌ ଚଢ଼ି ଯାଉଥିବା ତିନି ଜଣ ବ୍ୟକ୍ତିଙ୍କର ଦୁଇଟି ଚିତ୍ର। ଏମାନେ ‘ରାଇଜିଙ୍ଗ୍‌ କଶ୍ମୀର’ର ସମ୍ପାଦକ ଶୁଜାତ୍‌ ବୁଖାରିଙ୍କର ଆତତାୟୀ ବୋଲି ସନ୍ଦେହ କରାଯାଉଛି। ଏମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ଜନସାଧାରଣଙ୍କ ସହାୟତା ଚାହୁଁଛି।

ପୁଲିସ କହିଛି: ତିନି ଜଣ ଆତଙ୍କବାଦୀ ସିସିଟିଭି କ୍ୟାମେରାରେ ଧରାପଡ଼ିଛନ୍ତି। ଦୁଇଟି ଚିତ୍ରରେ ଦେଖାଯାଉଛି ତିନି ଜଣ ଲୋକ ଏକ ମୋଟର୍‌ସାଇକେଲ୍‌ ଚଢ଼ି ଯାଉଛନ୍ତି। ଆକ୍ରମଣକାରୀମାନେ ସେମାନଙ୍କ ମୁହଁ ଢାଙ୍କି ଦେଇଛନ୍ତି।

ବିଳମ୍ବିତ ରାତ୍ରୀରେ ଚିତ୍ର ରିଲିଜ୍‌ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାରେ ପୁଲିସ ଜନସାଧାରଣଙ୍କ ସହାୟତା ଚାହିଁଛି।

Panda Mobile only

ଏକ ବିବୃତିରେ ପୁଲିସ କହିଛି: ଆଜି ଶ୍ରୀନଗର ଠାରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଉଦ୍ଦେଶ୍ୟରେ ସମ୍ପୃକ୍ତ ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସର୍ବସାଧାରଣଙ୍କ ସହାୟତା ପାଇଁ ଅନୁରୋଧ କରୁଛି।

ସନ୍ଦିଗ୍ଧମାନଙ୍କ ସମ୍ପନ୍ଧରେ ସୂଚନା ଦେବା ଲୋକଙ୍କ ନାମ ଗୋପନ ରଖାଯିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀର ମଧ୍ୟସ୍ଥଳ ଲାଲ୍‌ଚୌକ୍‌ରେ ଆତଙ୍କବାଦୀମାନେ ଶୁଜାତ୍‌ ବୁଖାରି ଏବଂ ତାଙ୍କର ଦୁଇ ଜଣ ପର୍ସନାଲ୍‌ ସିକ୍ୟୁରିଟି ଅଫିସର୍‌ଙ୍କୁ ଖବରକାଗଜ ଅଫିସ ବାହାରେ ଗୁଳି ମାରି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.