ନଡ୍ଡା ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ

0

ନୂଆଦିଲ୍ଲୀ : ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିଜେପି ସଂସଦୀୟ ‌ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ଏହା ଘୋଷଣା କରିଛନ୍ତି। ୫୮ ବର୍ଷୀୟ ଏହି ବରିଷ୍ଠ ନେତା ନଡ୍ଡା ଆସନ୍ତା ୬ ମାସ ପର୍ଯ୍ୟନ୍ତ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିବେ। ଅନ୍ୟପକ୍ଷେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ପୂର୍ବଭଳି ଦଳର ଜାତୀୟ ଅଧ୍ୟକ୍ଷ ପଦରେ ରହି ଆଗକୁ ମହାରାଷ୍ଟ୍ର, ହରିୟାଣା ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦାୟିତ୍ବ ନେବେ।

ହିମାଚଳପ୍ରଦେଶର ଜଣେ ବ୍ରାହ୍ମଣ ନେତା ଜେପି ନଡ୍ଡା ମୋଦୀ ସରକାରର ପ୍ରଥମ ପାଳିରେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ। ଡିସେମ୍ବର-ଜାନୁଆରୀ ମାସରେ ସାଂଗଠନିକ ନିର୍ବାଚନ ସଂପନ୍ନ ହେବାପରେ ନଡ୍ଡା ଆନୁଷ୍ଠାନିକ ଭାବେ ସଭାପତି ଦାୟିତ୍ବ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.