ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍ ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଡାକ୍ତରୀ ଦଳ ଲଗାତାର ତଦାରଖ କରୁଛନ୍ତି। ଏହାସତ୍ତ୍ୱେ ଦୁଇଦିନ ହେଲା ହଠାତ ଜଗାର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଛି। ଜଗାର ଶ୍ୱାସକ୍ରିୟା ସମସ୍ୟ ଦେଖାଯିବା ପରେ ଅକ୍ସିଜେନ୍ ମାସ୍କ ଲଗାଯାଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ଅଗଷ୍ଟ ୨୮ ତାରିଖରେ ଜଗା ବଳିଆଙ୍କ ମାରାଥନ ୨୫ ଘଣ୍ଟା ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା। ଯେତେବେଳେ ଭେଣ୍ଟିଲେଟରରୁ ବାହାର କରି ଦୁଇ ଶିଶୁଙ୍କୁ ଆଇସିୟୁ ସ୍ଥାନାନ୍ତର କରାଯାଇଥିଲା ସେତେବେଳେ ମଧ୍ୟ ଜଗାର ଶ୍ୱାସକ୍ରିୟା ସମସ୍ୟା ଦେଖାଦେଇଥିଲା। ହେଲେ ଏହା ଆଦୌ ଚିନ୍ତାର କାରଣ ନୁହେଁ ବୋଲି କୁହାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବଳିଆର ଶାରୀରିକ କ୍ଷମତା ଜଗାର କ୍ଷମତାଠାରୁ ଦୁର୍ବଳ ଥିବା ବେଳେ ଜଗାକୁ ଦୁଇଥର ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେଇଛି। ତେବେ ଏହା ଅସ୍ୱାଭାବିକ ନୁହେଁ ବୋଲି ଡାକ୍ତର କହିଛନ୍ତି। ଜଗା-ବଳିଆଙ୍କ ସ୍ୱାସ୍ଥ୍ୟ ସଂପର୍କରେ ନିୟିମିତ ସ୍ୱାସ୍ଥ୍ୟ ବୁଲେଟିନ ଜାରି କରାଯାଉ ନଥିଲେ ମଧ ପ୍ରତ୍ୟେକ ସୂଚନା ସାର୍ବଜନୀନ କରିବା ପୂର୍ବରୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରାଯାଉଛି । ପ୍ରତ୍ୟେକ ଦିନ ୭ରୁ ୮ ଜଣ ଡାକ୍ତର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ତଦାରଖ କରୁଛନ୍ତି ଏବଂ ଆବଶ୍ୟକ ପରାମର୍ଶ ମଧ୍ୟ ଦିଆଯାଉଛି। ପରବର୍ତ୍ତୀ ଅପରେସନ ନଭେମ୍ବରରେ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି ।