ବଳିଆର ଆରୋଗ୍ୟ ପାଇଁ ଜଗନ୍ନାଥ ମନ୍ଦିରରେ ଜଗାର ପ୍ରାର୍ଥନା

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ଭାଇ ବଳିଆର ଆରୋଗ୍ୟ ପାଇଁ ଜଗା ଆଜି ମ‌ାଆ ପୁଷ୍ପାଞ୍ଜଳି କହଁରଙ୍କ ସହ ସ୍ଥାନୀୟ ହଜ୍‌ଖାସସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛି। ପୁଷ୍ପାଞ୍ଜଳିଙ୍କ କହିବାନୁସାରେ ଶ୍ରୀଜଗନ୍ନାଥଙ୍କ କୃପାରୁ ଦୁଇପୁଅ ଜଗାବଳିଆଙ୍କ ଯୋଡ଼ାମୁଣ୍ଡର ସଫଳ ଅ‌େସ୍ତ୍ରାପଚାର ହୋଇଛି। ଦିଲ୍ଲୀ ଏମ୍ସରେ ଦ୍ରୁତ ଗତିରେ ଜଗା ଆରୋଗ୍ୟ ଲାଭ କରୁଥିବା ବେ‌େଳ ବଳିଆ ମଧ୍ୟ ସୁସ୍ଥ ହେବ ବୋଲି ଅନେକ ଆଶା ରହିଛି। ତେବେ ଦୁଇପୁଅଙ୍କ ପାଇଁ ‌େସ ଆଜି ମନ୍ଦିର ଆସିଥିଲେ। ମନ୍ଦିରରେ ଜଗା ମଧ୍ୟ ଭାଇ ବଳିଆ ପାଇଁ ପୂଜାରେ ଭାଗନେଇଥିଲା। ମନ୍ଦିର କାର୍ଯ୍ୟକର୍ତା ଏବଂ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁମାନେ ଜଗାକୁ ଦେଖି ଆନନ୍ଦିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଯୋଡ଼ାମୁଣ୍ଡରୁ ଅଲଗା ହେବାର ବର୍ଷକ ପରେ ଜଗାର ସ୍ବାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି ଏବଂ ବଳିଆ ଧୀରେ ଧୀରେ ସୁସ୍ଥ ହେଉଛି। ଜଗାର ମସ୍ତିଷ୍କ ବିକାଶ ପାଇଁ ଏବଂ ପରବର୍ତ୍ତୀ ଅ‌େସ୍ତ୍ରାପଚାର ଲାଗି ଏମ୍ସ ପରିସରରୁ ବାହାରକୁ ନେଇ ତା’ର ଗତିବିଧି ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧିତ ଖବର