ତାତିଗଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ, ବିଧାନସଭାରେ ମୁହାଁମୁହିଁ ହେଲେ ଜଗନ-ଚନ୍ଦ୍ରାବାବୁ

ଅମରାବତୀ: ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁ ଗୁରୁବାର ଦିନ ବିଧାନସଭାରେ ମୁହାଁମୁହିଁ ହୋଇଯାଇଥିଲେ | କିଛି ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଯାଇଥିଲା | ସ୍ଥିତି ଏମିତି ହୋଇଥିଲା ଯେ ଜଗନ ପ୍ରବଳ ରାଗିଯାଇଥିଲେ | ମିଳିଥିବା ସୂଚନା ମୁତାବକ କୃଷକଙ୍କ ଋଣ ଛାଡକୁ ନେଇ ଜଗନ ଏକ ତଥ୍ୟ ଉପସ୍ଥାପନା କରିଥିଲେ |

Image Source: Hindustan Times

ଏହି ତଥ୍ୟ ମିଥ୍ୟା ଦର୍ଶାଇ ଚନ୍ଦ୍ରାବାବୁଙ୍କ ତେଲୁଗୁଦେଶମ ପାର୍ଟି ପ୍ରିଭିଲେଜ ମୋସନ ଦେଇଥିଲା | ଜଗନ ଯେତେବେଳେ ଏହି ନୋଟିସର ଜବାବ ଦେବାକୁ ଉଦ୍ୟତ ହୋଇଥିଲେ | ଟିଡ଼ିପି ବିଧାୟକମାନେ ଏହି ଭାଷଣ ମଝିରେ ପାଟିତୁଣ୍ଡ କରିଥିଲେ | ଚନ୍ଦ୍ରବାବୁ ଜଗନଙ୍କୁ ପ୍ରଶ୍ନ କରିଥିଲେ ଯେଉଁ ତଥ୍ୟ ସେ ଉପସ୍ଥାପନ କରୁଛନ୍ତି ସେ ତଥ୍ୟ ଯଦି ମିଛ ପ୍ରମାଣିତ ହୁଏ ତେବେ ଜଗନ ଇସ୍ତଫା ଦେବେ କି ?

୨୦୧୪ ମସିହାରେ ନିର୍ବାଚନ ସମୟରେ ଚନ୍ଦ୍ରାବାବୁ ପ୍ରତିଶୃତି ଦେଇଥିଲେ ଯେ ଚାଷୀଙ୍କୁ ମଞ୍ଜି ବାବଦକୁ ୩୮୪ କୋଟି ଦିଆଯିବ | ଜଗନ ଆରୋପ ଲଗାଇଛନ୍ତି ଯେ ଚନ୍ଦ୍ରାବାବୁ ଏହି ଅର୍ଥ ନ ଦେଇ ଚାଷୀଙ୍କୁ ଧୋକା ଦେଇଛନ୍ତି | ଏହି ତଥ୍ୟକୁ କିନ୍ତୁ ବିରୋଧ କରିଥିଲେ ଚନ୍ଦ୍ରାବାବୁ | ଯାହାକୁ ନେଇ ଟିଡ଼ିପି ଓ ଜଗନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା |

ସମ୍ବନ୍ଧିତ ଖବର