ଜଗନମୋହନ ରେଡ୍ଡିଙ୍କ ଉପରେ ଆକ୍ରମଣ ଘଟଣାର ଖୁଲାସା , ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା ଅଭିଯୁକ୍ତ

ବିଜୟଓ୍ଵାଡା: ଗତ ଅକ୍ଟୋବର ମାସରେ ଓ୍ଵାଇ ଏସ ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣ କାରୀକୁ ପୁଲିସ ଗିରଫ କରିଥିଲା। ରାଷ୍ଟ୍ରୀୟ ତଦନ୍ତ ଏଜେନସି (ଏନ୍‌ଆଇଏ) ଏବେ ସେହି ଘଟଣାର ଚାର୍ଜସିଟି ଦାଖଲ କରିଛି। ଅଭିଯୁକ୍ତ ଶ୍ରୀନିବାସ ରାଓଙ୍କ ଉପରେ ଆଇପିସି ଧାରା ୩୦୭ ଓ ସେପ୍ଟି ଅଫ୍‌ ସିଭିଲ୍‌ ଏଭିଏସନ୍‌ ଆଇନର ଧାରା ଅନୁଯାୟୀ ମକଦ୍ଦମା ଚାଲିଛି। ଏଥିରେ କୁହାଯାଇଛି ଶ୍ରୀନିବାସ ଜଗନ ମୋହନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ସେ ଜଗନ ମୋହନଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ରଚିଥିଲା। ତାଙ୍କୁ ଏହି କାମରେ ଜଣେ ମହିଳା ହେମଲତା ସହାୟତା କରିଥିଲେ। ସେହି ମହିଳା ବିମାନ ବନ୍ଦରରେ ଜଗନମୋହନଙ୍କ ସହିତ ସେଲଫି ନେବେ ବୋଲି ଆଗରୁ ଯୋଜନା ହୋଇଥିଲା। ତାହା ଅନୁଯାୟୀ ହେମଲତା ସେଲଫି ନେବା ସମୟରେ ଅଭିଯୁକ୍ତ ଜଗନମୋହନଙ୍କ ଉପରେ ଆକ୍ରମଣ କରିଥିଲା। ତେବେ ସେଥିରେ ବଞ୍ଚି ଯାଇଥିଲେ ଜଗନମୋହନ। ଏହାପରେ ଏନଆଇଏ ମାମଲାର ତଦନ୍ତ କରି ଘଟଣାର ପର୍ଦ୍ଦାଫାସ କରିଥିଲା ।

ସମ୍ବନ୍ଧିତ ଖବର