ଶଗଡ଼ରେ ଜଗନ୍ନାଥ ଗଲେ ମାଉସୀଘର, ଭକ୍ତିର ବର୍ଷାରେ ଭିଜିଲା ଦିଲ୍ଲୀ ସହର

ନୂଆଦିଲ୍ଲୀ: ବିଶ୍ଵନିୟନ୍ତା ମହାପ୍ରଭୁ ଜଗନ୍ନାଥ ଆଜି ମାଉସୀ ଘରକୁ ଯାଇଛନ୍ତି | ଭାଇ ବଳଭଦ୍ର ଓ ଅଲିଅଳି ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଗୁଣ୍ଡିଚା ମାଉସୀ ପାଖକୁ ଯାଇଛନ୍ତି କାଳିଆ ଠାକୁର | କେବଳ ଶ୍ରୀକ୍ଷେତ୍ର ନୁହଁ, ବରଂ ଓଡିଶା ବାହାରେ ବି ଜଗନ୍ନାଥପ୍ରେମୀ ରଥଯାତ୍ରାର ଆୟୋଜନ କରିଛନ୍ତି| ଦିଲ୍ଲୀର ହୌଜଖାସ ଓ ପୁରୁଣା ଦିଲ୍ଲୀରେ ମହାପ୍ରଭୁଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ତେବେ ପୁରୁଣା ଦିଲ୍ଲୀରେ ମହାପ୍ରଭୁ ଶଗଡ଼ରେ ମାଉସୀ ଘରକୁ ଯାଇଛନ୍ତି |

ଦରିଆଗଞ୍ଜ, ଜାମା ମସଜିଦ, ଚବରୀ ବଜାର ଦେଇ ମହାପ୍ରଭୁଙ୍କ ଶଗଡ଼ ମାଉସୀ ଘରକୁ ଯାଇଥିଲା | ପବିତ୍ର ହୋଇଛି ବଳଦଙ୍କ ଜୀବନ | ଦିନେ ସାମଗ୍ରୀ ବୋହୁଥିବା ବଳଦ ଆଜି ମହାପ୍ରଭୁଙ୍କୁ ନିଜର ସଵାରୀ କରି ନେଇଯାଇଛନ୍ତି | ସେହିପରି ହୌଜଖାସ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଂଶଗ୍ରହଣ କରିଥିଲେ |

ରଥକୁ ଭକ୍ତ ଟାଣୁଥିବାର ଦୃଶ୍ୟ ଆପଣ ଦେଖିଥିବେ | ରଥ ଦଉଡ଼ିକୁ ସ୍ପର୍ଶ କରିବାମାତ୍ରେ ଜୀବନ କୃତାର୍ଥ ହୋଇଯାଏ ବୋଲି ବିଶ୍ୱାସ ରହିଛି | କିନ୍ତୁ ଓଲଡ଼ ଦିଲ୍ଲୀର ଏହି ଦୃଶ୍ୟ ସତରେ ଅବର୍ଣ୍ଣନୀୟ |

ସମ୍ବନ୍ଧିତ ଖବର