ଓଡ଼ିଶା ସୀମାନ୍ତ ଦୀଘାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବେ ମମତା ବାନାର୍ଜୀ

ଦୀଘା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଖୁବ ଶୀଘ୍ର ଜଗନ୍ନାଥ ମନ୍ଦିର ନିର୍ମାଣ କରିବେ | ମମତା ଏ ନେଇ ଏକ ଯୋଜନା ପ୍ରସ୍ତୁତ କରିସାରିଥିବାବେଳେ ଏହାର ରୂପରେଖ କିଭଳି ରହିବ ସେ ବାବଦରେ ସୂଚନା ଦେଇଛନ୍ତି | ଓଡ଼ିଶା ସୀମାନ୍ତ ପୁରୁଣା ଦୀଘା ସମୁଦ୍ର ବେଳାଭୂମିରେ ଏହି ମନ୍ଦିର ପ୍ରତିଷ୍ଠା କରାଯିବ | ପୁରୀର ଜଗନ୍ନାଥ ମନ୍ଦିରକୁ ଯେଭଳି ପର୍ଯ୍ୟଟକ ଯାଉଛନ୍ତି ଦୀଘାରେ ନିର୍ମାଣ ହେବାକୁ ଥିବା ମନ୍ଦିର ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ମମତା କହିଛନ୍ତି |

ମମତାଙ୍କ କହିବା ମୁତାବକ ଦୀଘାରେ ଦୁଇ ଏକର ଜମିରେ ଏହି ମନ୍ଦିର ନିର୍ମାଣ ହେବାକୁ ଥିବାବେଳେ ପୁରୀ ମନ୍ଦିର ଭଳି ବିଶାଳ ମନ୍ଦିରର ନିର୍ମାଣ କରାଯିବ ସେହିପରି ପୁରୀରେ ଥିବା ଜଗନ୍ନାଥଙ୍କ ପ୍ରତିମା ଭଳି ଦୀଘାରେ ମଧ୍ୟ ବିଶାଳ ପ୍ରତିମା ସ୍ଥାପନ କରାଯିବ |


ମମତା ଦୀଘା ଗସ୍ତରେ ଯାଇଥିବାବେଳେ ନିଜର ଏହି ଯୋଜନା ବାବଦରେ ଖୁଲାସା କରିଥିଲେ | ଏଠାରେ ସୂଚନା ଥାଉ କି ଦୀଘାରେ ପୁରୁଣା ଓ ଛୋଟ ଜଗନ୍ନାଥ ମନ୍ଦିରଟିଏ ରହିଛି | ତାହାକୁ ସମ୍ପ୍ରସାରଣ କରାଇବାକୁ ଦୀଘାର ଅଧିକାରୀମାନେ ମମତାଙ୍କୁ ଅନୁରୋଧ କରିଥିଲେ | ପ୍ରତିବର୍ଷ ବହୁ ସଂଖ୍ୟାରେ ପଶ୍ଚିମବଙ୍ଗ ପର୍ଯ୍ୟଟକ ଓଡ଼ିଶାର ପୁରୀ ଓ କୋଣାର୍କ ଆସିଥାନ୍ତି |

ସମ୍ବନ୍ଧିତ ଖବର