ଜେଲ୍‌ ସଂସ୍କାର ପାଇଁ କମିଟି

ନୂଆଦିଲ୍ଲୀ: ଦେଶରେ ଜେଲ୍‌ ସଂସ୍କାର ଆଣିବା ଲାଗି ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବା ସକାଶେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅମିତାଭ ରୟଙ୍କ ଅଧ୍ୟକ୍ଷତାରେ ଏହି ତିନିଜଣିଆ କମିଟି ଗଠିତ ହୋଇଛି। ଦେଶର ୧,୩୮୨ ଜେଲ୍‌ର ସ୍ଥିତି ଏବେ ସାଂଘାତିକ ହୋଇଥିବା ନେଇ ଏକ ମାମଲାର ବିଚାର କରି ଖଣ୍ଡପୀଠ ଏହି କମିଟି ଗଢ଼ିଛନ୍ତି।

ସମ୍ବନ୍ଧିତ ଖବର