ରାମରହିମଙ୍କ ନାମରେ ଅଛି ଦୁଇଟି ପାସ୍‌ପୋର୍ଟ, ଗୋଟିଏରେ ଟୋପି ପିନ୍ଧା ଫଟୋ

ଚଣ୍ଡିଗଡ଼: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ସିଂହ ରାମରହିମଙ୍କୁ ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦ବର୍ଷ ଜେଲଦଣ୍ଡ ସହିତ ୩ଲକ୍ଷ ଟଙ୍କାର ଜରିମାନାର ଶୁଣାଣି କରିଥିଲେ। ତେବେ ରାମ ରହିମଙ୍କ ନାମରେ ଦୁଇଟି ପାସ୍‌ପୋର୍ଟ ଥିବା ନେଇ ମଙ୍ଗଳବାର ଖବର ପ୍ରକାଶ ପାଇଛି। ରାମରହିମ ୨୦୧୫ରେ ଟେପି ପିନ୍ଧି ପାସ୍‌ପୋର୍ଟ ପାଇଁ ଏକ ଫଟୋ ଉଠାଇଥିଲେ। ପାସ୍‌ପୋର୍ଟ ପ୍ରସ୍ତୁତ କରୁଥିବା ବିଭାଗ ବି ବିନା କୌଣସି ଅସୁବିଧାରେ ଆମ୍ବାଲାରୁ ରାମ ରହିମଙ୍କ ପାସ୍‌ପୋର୍ଟକୁ ଅଧ ଘଣ୍ଟା ମଧ୍ୟରେ ଜାରି କରିଦେଇଥିଲେ। ବୈଦେଶିକ ମନ୍ତ୍ରାଳୟ ଏହି ଘଟଣା ସମ୍ପର୍କ ଯାଞ୍ଚ କରୁଛି।

ନିୟମାନୁଯାୟୀ, ପାସ୍‌ପୋର୍ଟ ପ୍ରସ୍ତୁତ କରିବାକୁ ଆସିଥିବା ଆବେଦନକାରୀ ଟୋପି ପିନ୍ଧି ଫଟୋ ଉଠାଇ ପାରିବେ ନାହିଁ । ରାମରହିମ ଟୋପି ପିନ୍ଧି ପାସ୍‌ପୋର୍ଟ ପାଇଁ ଫଟୋ ଉଠାଇ ଥିବାରୁ ତାଙ୍କ ବିରୋଧରେ ପାସ୍‌ପୋର୍ଟ ଧାରାରେ ମାମଲା ରୁଜୁ ହୋଇପାରେ। ରାମରହିମ ତାଙ୍କର ସିନେମା ପ୍ରମୋସନ୍‌ ନେଇ ବିଦେଶ ଯିବା ପାଇଁ ପାସ୍‌ପୋର୍ଟ ଜାରି କରିବା ପାଇଁ କୋର୍ଟଙ୍କୁ ଅନୁମତି ମାଗିଥିଲେ।

୨୦୧୭ରେ ଗୁରମିତ ରାମ ରହିମ ଦ୍ୱିତୀୟ ପାସ୍‌ପୋର୍ଟ ପ୍ରସ୍ତୁତ କରିଥିଲେ। ଏଥିରେ କିନ୍ତୁ ରାମ ରହିମ ଟୋପି ପିନ୍ଧି ନଥିବାର ନଜର ଆସିଥିଲେ। ଦ୍ୱିତୀୟ ପାସ୍‌ପୋର୍ଟରେ ତାଙ୍କ ନାମ ଥିଲା ଗୁରମିତ ରାମ ରହିମ ସିଂହ ଇନ୍‌ସା। ନିୟମାନୁଯାୟୀ, ପାସ୍‌ପୋର୍ଟ ପ୍ରସ୍ତୁତ ବେଳେ କୌଣସି ବ୍ୟକ୍ତିଙ୍କ ନାମ ଆଗରେ ସନ୍ଥ, ଡକ୍ଟର, ପ୍ରଫେସର ଆଦି ଲାଗି ନଥାଏ।

ସମ୍ବନ୍ଧିତ ଖବର