ଜୈନ ସମ୍ପ୍ରଦାୟରେ ଜନସଂଖ୍ୟା କମୁଛି:ଅଧିକ ସନ୍ତାନ ପାଇଁ ଆହ୍ବାନ ଦେଲା ମହାସମିତି

ମୁମ୍ବାଇ: ଭାରତର ସମୁଦାୟ ଜନସଂଖ୍ୟା ତୁଳନାରେ ଜୈନ ସମ୍ପ୍ରଦାୟର ଜନସଂଖ୍ୟା କମିବାରେ ଲାଗିଛି। ତେଣୁ ଜୈନ ସମ୍ପ୍ରଦାୟରେ ଜନସଂଖ୍ୟା ବୃଦ୍ଧି ପାଇଁ ଏବେ ପ୍ରୟାସ ଆରମ୍ଭ ‌ହୋଇଛି। ଦିଗମ୍ବର ଜୈନ ମହାସମିତି ଦ୍ବାରା ଜୈନ ସମ୍ପ୍ରଦାୟରେ ଜନସଂଖ୍ୟା‌ ବୃଦ୍ଧି ପାଇଁ ଆହ୍ବାନ ଦିଆଯାଇଛି। ମହାସମିତି ଦ୍ବାରା ହୋଇଥିବା ଏକ ବୈଠକରେ ଦିଗମ୍ବର ଜୈନର ପ୍ରମୁଖ ଶାଖା ପକ୍ଷରୁ ଜୈନ ଦମ୍ପତିମାନଙ୍କୁ ଅଧିକ ସନ୍ତାନ ପାଇଁ ଉତ୍ସାହିତ କରାଯାଇଥିଲା। ‘ହମ୍‌ ଦୋ ହମାରେ ତିନ୍‌’ ସ୍ଲୋଗାନ୍‌ ଦେଇ ଏହି ବୈଠକରେ ସମସ୍ତ ଜୈନ ଦମ୍ପତିମାନଙ୍କୁ ଅଧିକ ସନ୍ତାନ ପାଇଁ ଆହ୍ବାନ ଦିଆଯାଇଥିଲା।

ସମ୍ବନ୍ଧିତ ଖବର