ନିଜ ହାତରେ ରାମଚରିତମାନସ ମହାକାବ୍ୟ ଲେଖିଲେ କଳାକାର, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ, ଏହାକୁ ସେଠାରେ ଦାନ କରିବେ

ଜୟପୁର: ରାଜସ୍ଥାନର ଶରଦ ମାଥୁର ନାମକ ଜଣେ କଳାକାର ତୈଳ ଚିତ୍ରରେ ରାମଚରିତମାନସ ମହାକାବ୍ୟ ରଚନା କରି ଏକ ବିରଳ ରେକର୍ଡ ତିଆରି କରିବା ସହିତ ତାଙ୍କର ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଥିବା ଶ୍ରଦ୍ଧାର ନିଦର୍ଶନ ଦେଇଛନ୍ତି। ନିଜର ନିଷ୍ଠାପର ସାଧନା ଓ ଅଧ୍ୟବସାୟ ବଳରେ ଏହା ସମ୍ଭବ ହୋଇପାରିଥିବା ଜଣାପଡ଼ିଛି ।

ଦୀର୍ଘ ୬ ବର୍ଷ ଧରି ଏକ ମନ ଏମ ପ୍ରାଣ ଓ ଏକ ଲୟରେ ସେ ଏହି ବୃହତ ରାମଚରିତମାନସ ମହାକାବ୍ୟ ରଚନା କରିପାରିଛନ୍ତି । ଏହି ପୁସ୍ତକରେ ୩୦୦୦ ପୃଷ୍ଠା ରହିଛି । ଏହାର ଓଜନ ୧୫୦ କିଲୋ ହେବ ବୋଲି ଜଣାପଡ଼ିଛି । ପୁସ୍ତକରେ ତୈଳ ଚିତ୍ର କରାଯାଇଛି ।

ଏହି ରାମଚରିତମାନସ ମହାକାବ୍ୟକୁ ଲେଖିଥିବା କଳାକାର ଶରଦ ମାଥୁର କହିଛନ୍ତି ଯେ ସେ ପ୍ରାୟ ୬ ବର୍ଷ ତଳେ ଏହି ରାମଚରିତ ମାନସ ଲେଖିବା ଆରମ୍ଭ କରିଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଲେ, ସେ ଏହି ପୁସ୍ତକକୁ ସେଠାରେ ଦାନ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର