ଜମ୍ମୁ କଶ୍ମୀର ନିର୍ବାଚନ ସମୟରେ ଜୈସ୍‌ ରଚୁଛି ବଡ ଧରଣର ଆକ୍ରମଣ ଯୋଜନା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପୁଣି ଆଉ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନ କରୁଛି ଜୈସ୍‌-ଇ-ମହାମଦ I ନିର୍ବଚନ ସମୟରେ ପାକିସ୍ତାନ ଭାରତରେ ନିର୍ଦ୍ଦିଷ୍ଟ ଭାବେ କଶ୍ମୀର ଉପତ୍ୟକାରେ ଅଘଟଣ ଘଟାଇବାକୁ ବ୍ୟାକୁଳ ହୋଇରହିଥିବା ଗୁଇନ୍ଦା ସୂଚନା ମିଳିଛି I ଆକ୍ରମଣ ଘଟାଇବା ପାଇଁ ପାକିସ୍ତାନର ଆଇଏସ୍‌ଆଇ ଜୈସ୍‌ ଓ ଲସ୍କର ଭଳି ତିନିଟି ଆତଙ୍କୀ ଦଳ ଗଢ଼ିଥିବା ସୂଚନା ମିଳିଛି I ପୁଲୱାମା ଆକ୍ରମଣ ପରବର୍ତୀ ସମୟରେ ଭାରତର ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ରକ୍ଷଣାତ୍ମକ ପନ୍ଥା ଆପଣାଇଥିଲେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ସାଧାରଣ ନିର୍ବାଚନକୁ ଭଂଡୁର କରିବାକୁ ଯୋଜନା କରିଥିବା ରିପୋର୍ଟ ଦେଇଛି ଗୁଇନ୍ଦା ବିଭାଗ I ଆଇଏସ୍‌ଆଇ ଉକ୍ତ ଆତଙ୍କୀ ଦଳଗୁଡିକୁ ପ୍ରଶିକ୍ଷଣ ଦେବା ସହ ବୋମା ବି‌େସ୍ଫାରଣ ଘଟାଇବା ପାଇଁ ଆଫଗାନିସ୍ତାନର ଆତଙ୍କୀଙ୍କୁ କଶ୍ମୀର ପଠାଇବାକୁ ଯୋଜନା କରୁଛି ବୋଲି ଗୁଇନ୍ଦା ସୂଚନ ମିଳିଛି I

ଉକ୍ତ ଆତଙ୍କୀ ଦଳଗୁଡିକ ନିର୍ବାଚନର ଠିକ ପୂର୍ବରୁ ନିର୍ଦ୍ଧିଷ୍ଟ ଭାବେ ଏପ୍ରିଲ ୫ଠାରୁ ଏପ୍ରିଲ ୯ ମଧ୍ୟରେ ବଡ଼ ଧରଣର ଆକ୍ରମଣ କରିପାରନ୍ତି ବୋଲି ସୂଚନା ଦେଇଛି ଗୁଇନ୍ଦା ବିଭାଗ I ଜମ୍ମୁ ଓ କଶ୍ମୀରରେ ଏପ୍ରିଲ ୧୧ ଠାରୁ ଆରମ୍ଭ ହୋଇ ମେ ମାସ ୬ ତାରିଖ ଯାଏଁ ପାଞ୍ଚଟି ପର୍ଯାୟରେ ନିର୍ବାଚନ ହେବ I ସାଧାରଣ ନିର୍ବାଚନ ପରେ ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ ସମ୍ଭାବନା ରହିଛି I ଗୃହ ମନ୍ତ୍ରାଳୟ ଏବଂ ନିର୍ବାଚନ କମିଶନ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଜମ୍ମୁ ଓ କଶ୍ମିରକୁ ଅତିରିକ୍ତ ୮୦୦ ସେନା କର୍ମଚାରୀଙ୍କୁ ପଠାଇବାକୁ ସ୍ଥିର ହୋଇଥିଲା I ଯଦି ବିଧାନସଭା ନିର୍ବାଚନ ହୁଏ ତେବେ ୧୧,୦୦୦ ବୁଥ୍ ସହ ୯୦୦ ପ୍ରାର୍ଥୀଙ୍କ ସୁରକ୍ଷା ବ୍ୟବସ୍ତା ପାଇଁ ଆହୁରି ଅଧିକ ସେନା କର୍ମଚାରୀଙ୍କ ଆବଶ୍ୟକତା ଥିବା ସୂଚନା ଦେଇଛନ୍ତି ସେନାର ଜଣେ ବରିଷ୍ଠ ଅଧିକାରୀ I ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କୁ ସୁରକ୍ଷା ଦେବା ସହ ଶାନ୍ତି ଶୃଙ୍ଖଳାରେ ନିର୍ବଚନ ପରିଚାଳନ କରିବା ଗୁରୁତ୍ୱପୂର୍ଣ। ବିଧାନସଭା ନିର୍ବାଚନ ବେଳେ ଅମରନାଥ ଯାଉଥିବା ତୀର୍ଥଯାତ୍ରୀଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ୱ ସେନା ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ସେନା ଅଧିକାରୀ I ଗତ ବର୍ଷ ପଂଚାୟତ ନିର୍ବାଚନ ବେଳେ ଆତଙ୍କବାଦୀ ସଂଘଠନ ଗୁଡିକ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କୁ ଧମକ ଦେବା ସହ ନିର୍ବାଚନରୁ ଓହରି ଯିବାକୁ ପ୍ରବର୍ତାଇଥିଲେ I ସୂଚନା ଥାଉକି, ବାଲାକୋଟ ଆକ୍ରମଣରେ ଆତଙ୍କୀ ନିପାତ ପରେ ମଧ୍ୟ ଏବେ ଯାଏଁ ପାକିସ୍ତାନ ଅଧିକୃତ କାଶ୍ମୀରରେ ୧୬ଟି ଆତଙ୍କବାଦୀ ସଂଘାଠନ କାର୍ଯ୍ୟକ୍ଷମ ଅଛି ଏବଂ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଜାରି ରହିଛି I

ସମ୍ବନ୍ଧିତ ଖବର