ମସୁଦ ଅଝାର ଜୀବିତ ଅଛି : ‘ଜୈସ୍‌-ଏ-ମହମ୍ମଦ’ ମୁଖ୍ୟର ମୃତ୍ୟୁକୁ ଖଣ୍ଡନ କଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଫୟାଜ ଉଲ୍‌ ହସନ୍‌ ଚୋହାନ ସୋମବାର କହିଛନ୍ତି ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମୋଲାନା ମସୁଦ ଅଝାର ଜୀବିତ ଅଛି । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ମସୁଦ ଅଝାର ଜୀବିତ ଅଛନ୍ତି ତାଙ୍କ ମୃତ୍ୟୁର କୌଣସି ସୂଚନା ଆମ ପାଖରେ ନାହିଁ ।

ସେହିପରି ରବିବାର ପାକିସ୍ତାନୀ ଗଣମାଧ୍ୟମ ଜିଓ ଉର୍ଦ୍ଦୁ ଟିଭିର ସାମ୍ବାଦିକ କହିଥିଲେ ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଜେଇଏମ୍‌ ମୁଖ୍ୟ ମସୁଦ ଅଝାର ଜୀବିତ ଅଛି । ଗତକାଲି ବିଭିନ୍ନ ଗଣମାଧ୍ୟମରେ ଅଝାରର ମୃତ୍ୟୁ ନେଇ ରିପୋର୍ଟ ଆସିବା ପରେ ପାକିସ୍ତାନ ସରକାର କହିଥିଲେ ଏ ପ୍ରସଙ୍ଗରେ ଆମେ କୌଣସି ଟିପ୍ପଣୀ ଦେବାକୁ ଚାହୁଁନାହୁଁ।

ଅନ୍ୟ ପଟେ ପାକିସ୍ତାନର ସୂଚନା ମନ୍ତ୍ରୀ କହିଥିଲେ ଅଝାରଙ୍କ ମୃତ୍ୟୁ ବିଷୟରେ ମୋ ପାଖେ କୌଣସି ସୂଚନା ନାହିଁ । ମାର୍ଚ୍ଚ ୨ରେ ରାଓ୍ଵଲପିଣ୍ଡିର ସେନା ମେଡିକାଲରେ ଯକୃତ ଖରାପ ହେବା କାରଣରୁ ଆଝାରଙ୍କ ମୃତ୍ୟୁ ହୋଇଛି ବୋଲି ଖବର ପ୍ରକାଶ ପାଇଥିଲା। ଏହାକୁ ସୋମବାର ପାକିସ୍ତାନ ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର