ପୁଲଓ୍ଵାମା ପରି ଆଉ ଏକ ଆକ୍ରମଣର ଯୋଜନା କରୁଛି ଜୈଶ୍‌-ଇ-ମହମ୍ମଦ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପରି ଆତଙ୍କବାଦୀମାନେ ଆଉ ଏକ ଆକ୍ରମଣ କରିବାର ଯୋଜନା କରୁଛନ୍ତି ବୋଲି ନିକଟରେ ଗୁଇନ୍ଦା ସଂସ୍ଥା ପକ୍ଷରୁ ଖବର ହସ୍ତଗତ ହୋଇଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଜମ୍ମୁ-କଶ୍ମୀରଠାରେ ଆଉ ଏକ ଆତ୍ମଘାତୀ ଆକ୍ରମଣ କରିବାର ଯୋଜନା କରୁଛି ବୋଲି ସୂଚନା ରହିଛି।

ପୁଲଓ୍ଵାମାରେ ଜୈଶ୍‌-ଇ-ମହମ୍ମଦ କରିଥିବା ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହେବାର ପ୍ରାୟ ୧ ମାସ ପରେ ଗୁଇନ୍ଦା ସଂସ୍ଥା ଏପରି ରିପୋର୍ଟ ପ୍ରଦାନ କରି ସଚେତନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି।

ଏଜେନ୍ସି ପକ୍ଷରୁ ପୂର୍ବରୁ ସୂଚନା ମିଳିଥିଲା ଯେ ଚବିବାଲ୍‌ ଓ ତଙ୍ଗଧାର ମାର୍ଗରେ ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ଆକ୍ରମଣ ହେବାର ଯୋଜନା କରାଯାଉଛି।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ପକ୍ଷରୁ ହୋଇଥିବା ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି। କେଉଁ ପରିସ୍ଥିତିରେ କ’ଣ ଘଟିବ ତାହା କେହି କହିପାରିବେ ନାହିଁ।

ସମ୍ବନ୍ଧିତ ଖବର