ଭାରତୀୟ ସେନା ୪ ଆତଙ୍କବାଦୀଙ୍କୁ ନିପାତ କଲାପରେ ଜୈସ୍‌-ଇ ମହମ୍ମଦ ଜାରି କଲା ନୂଆ ଭିଡିଓ; କହିଲା, ‘ଆମେ ପୁଲଓ୍ଵାମା ସଦୃଶ ହାମ୍‌ଲା ଯେ କୌଣସି ବି ମୁହୂର୍ତ୍ତରେ କରିପାରୁ’

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍‌-ଇ ମହମ୍ମଦର ୪ ଜଣ କୁଖ୍ୟାତ ଆତଙ୍କବାଦୀ ତଥା ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲାର ମାଷ୍ଟରମାଇଣ୍ଡକୁ ଗତ କାଲି ଭାରତୀୟ ସେନା ନିପାତ କଲା ପରେ ଆଜି ଏକ ନୂତନ ଭିଡିଓ ଜାରି କରିଛି ଜୈସ୍‌-ଇ ମହମ୍ମଦ।

ଆତଙ୍କବାଦୀ ସଂଗଠନ ଜୈସ୍‌-ଇ ମହମ୍ମଦ ପକ୍ଷରୁ ଆଜି ଜାରି ହୋଇଥିବା ଏହି ନୂତନ ଭିଡିଓରେ ଜୈସ୍‌ ଆତଙ୍କବାଦୀମାନେ ଧମକ ଦେଇ କହିଛନ୍ତି, ‘ଆମେ ପୁଲଓ୍ଵାମା ସଦୃଶ ହାମ୍‌ଲା ଯେ କୌଣସି ବି ମୁହୂର୍ତ୍ତରେ ଓ ଯେ କୌଣସି ବି ସ୍ଥାନରେ କରି ପାରୁ।’ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ଘଟିବା ପୂର୍ବରୁ ଏହି ହାମ୍‌ଲା ଘଟାଇଥିବା ଜୈସ୍‌ ଆତଙ୍କବାଦୀ ଅଦିଲ୍‌ ଅହେମ୍ମଦ ଦର୍‌ ଏକ ଭିଡିଓ ଜାରି କରି କହିଥିଲା ଯେ ଜୈସ୍‌-ଇ ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରର ପୁତୁରାକୁ ଭାରତୀୟ ସେନା ଯେପରି ନିପାତ କଲା ତାହାର ପ୍ରତିଶୋଧ ନେବାକୁ ଯାଇ ଆମେ ଏହି ହାମ୍‌ଲା କରୁଛୁ।


ତେବେ, ପୁଲଓ୍ଵାମା ଆକ୍ରମଣ ଘଟଣାରେ ପାକିସ୍ତାନ୍‌ର ସଂପୃକ୍ତି ନଥିବା ଦାବି କରି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ବିବୃତି ଦେବାର କିଛି ଘଣ୍ଟା ମଧ୍ୟରେ ଜୈସ୍‌-ଇ ମହମ୍ମଦ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓ ପାକିସ୍ତାନକୁ ଆଉ ଥରେ ଅଡ଼ୁଆରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର