ପୁଲୱାମା ପରେ ଦିଲ୍ଲୀରେ ଆଉ ଏକ ବଡ଼ ଧରଣର ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପୁଲୱାମାରେ ଫେବ୍ରୁଆରି ୧୪ରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ଭୟଙ୍କର ଆକ୍ରମଣ କରିବା ପରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଥିବା ସରକାରୀ ପ୍ରତିଷ୍ଠାନ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ କରିବା ଯୋଜନା ରଖିଥିଲେ। କେବଳ ଏତିକି ନୁହେଁ, ଏହି ଆକ୍ରମଣ ପାଇଁ ପୂର୍ଣ୍ଣ ଯୋଜନା କରିବା ସହିତ ଜୈସ୍‌ ସଂଗଠନର ଆତଙ୍କବାଦୀମାନେ ମଧ୍ୟ ଭାରତକୁ ଆସିଥିଲେ ବୋଲି ଏନ୍‌ଆଇଏ ପକ୍ଷରୁ ପ୍ରକାଶ।

ଏଜେନ୍ସି ପକ୍ଷରୁ ଏହି ଦାବି ସେହି ଚାର୍ଜସିଟ୍‌ରେ କରାଯାଇଛି ଯାହାକୁ ଏନ୍‌ଆଇଏ କୋର୍ଟରେ ସେପ୍ଟେମ୍ବର ୧୬ରେ ଦାଖଲ କରିଥିଲା। ଏହି ଚାର୍ଜସିଟ୍‌ରେ ଜୈସ୍‌ର ଆତଙ୍କବାଦୀ ସଜ୍ଜାଦ ଅହମ୍ମଦ ଖାନ୍‌, ତନବୀର ଅହମଦ ଗନି, ବିଲାଲ ଅହମ ମିର ଓ ମୁଜଫର ଅହମଦ ଭଟ ନାମ ସାମିଲ ରହିଛି। ଖାନ୍‌ଙ୍କୁ ଚଳିତ ବର୍ଷ ପୁରୁଣା ଦିଲ୍ଲୀରୁ ଗିରଫ କରାଯାଇଛି। ଏମାନଙ୍କ ନାଁରେ ଏନଆଇଏ ଚାର୍ଜସିଟ ଦାଖଲ କରିବା ସହ ଏହି ତଥ୍ୟର ଖୁଲାସା କରିଛି।

Business Standard

ଦିଲ୍ଲୀରେ ଥିବା ସାଉଥ ବ୍ଲକ ଓ କେନ୍ଦ୍ରୀୟ ସଚିବାଳୟ ସହ ଦିଲ୍ଲୀର ସିଭିଲ ଲାଇନ୍‌ସ, ବିକେ ଦତ୍ତ କଲୋନି, କଶ୍ମୀର ଗେଟ, ଲୋଧି ଇଷ୍ଟେଟ, ମଣ୍ଡି ହାଉସ ଓ ଗାଜିଆବାଦ ଭଳି ଅଞ୍ଚଳରେ ଜୈସ ସଂଗଠନ ଆକ୍ରମଣ କରିବାକୁ ଚାହୁଁଛି ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର