ଜମାଲ ଖଶୋଗୀ ହତ୍ୟା ମାମଲା : ସାଉଦି ପ୍ରିନ୍ସଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ବିଶ୍ୱସନୀୟ ପ୍ରମାଣ ରହିଛି ବୋଲି ରିପୋର୍ଟ ଦେଲା ଜାତିସଂଘ

ନୂଆଦିଲ୍ଲୀ : ବୁଧବାର ସାମ୍ବାଦିକ ଜମାଲ ଖଶୋଗୀଙ୍କ ହତ୍ୟା ମାମଲାକୁ ନେଇ ଜାତିସଂଘ ଦେଇଥିବା ରିପୋର୍ଟ ଚାରିଆଡ଼େ ଚହଳ ପକାଇଛି । ସାମ୍ବାଦିକ ଜମାଲ ଖଶୋଗୀଙ୍କ ହତ୍ୟା ମାମଲାକୁ ନେଇ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସଉଦଙ୍କ ବିରୋଧରେ ତଦନ୍ତ ହେବା ଦରକାର ବୋଲି ଜାତିସଂଘ ନିଜ ରିପୋର୍ଟରେ ଜଣାଇଛି । ଏହା ସହ ଏହି ମାମଲାରେ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଅଲ ସଉଦଙ୍କ ସଂପୃକ୍ତି ଥିବା ନେଇ ବିଶ୍ୱସନୀୟ ପ୍ରମାଣ ରହିଛି ବୋଲି ମଧ୍ୟ ଦାବି କରିଛି ଜାତିସଂଘ ଦେଇଥିବା ରିପୋର୍ଟ ।

Al Jazeera

ସୂଚନା ମୁତାବକ, ଗତବର୍ଷ ଅକ୍ଟୋବରରେ ଜମାଲ ଖଶୋଗୀଙ୍କୁ ଇସ୍ତାନବୁଲର ବାଣିଜ୍ୟ ଦୂତାବାସ ଭିତରେ ହତ୍ୟା କରାଯାଇଥିଲା । ଏହା ପୂର୍ବକଳ୍ପିତ ଥିବା ବେଳେ ଏ ନେଇ ସଠିକ ଯାଞ୍ଚ ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ହତ୍ୟା ପରେ ପରେ ସାଉଦି ରାଜ୍ୟ ଖଶୋଗୀଙ୍କ ହତ୍ୟାକୁ ନେଇ ସାର୍ବଜନିକ ମାନ୍ୟତା ଦେବାରେ ବିଫଳ ହେବା ସହ ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କୁ କ୍ଷମା ମାଗିବାରେ ମଧ୍ୟ ବିଫଳ ହୋଇଛି ବୋଲି ରିପୋର୍ଟରେ ଦର୍ଶା ଯାଇଛି ।

ସମ୍ବନ୍ଧିତ ଖବର