ଜମ୍ମୁ- କଶ୍ମୀର: ୩ ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀ ନିପାତ, ୧୨ ବର୍ଷ ବୟସ୍କ ନାବାଳକ ମୃତ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଜମ୍ମୁ- କଶ୍ମୀର ଉପତ୍ୟକାର ସୋପର ଅଞ୍ଚଳରେ ଆଜି (ଶୁକ୍ରବାର) ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ତିନିଟି ପୃଥକ୍‌ ପୃଥକ ଏନ୍‌କାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜୈନକ ୧୨ ବର୍ଷ ବୟସ୍କ ନାବାଳକ ମଧ୍ୟ ପ୍ରାଣ ହରାଇଛି।

Photo Credit: IANS

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଆତଙ୍କବାଦୀଙ୍କ ସହିତ ସୁରକ୍ଷା କର୍ମୀଙ୍କର ପ୍ରଥମ ଏନ୍‌କାଉଣ୍ଟରଟି ଘଟିଥିଲା ସୋପାରର ବନ୍ଦୀପୋରା ଜିଲ୍ଲା ଅନ୍ତର୍ଗତ ମୀର୍‌ ମୋହଲା ଅଞ୍ଚଳରେ ଏଥିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଜୈନକ ୧୨ ବର୍ଷ ବୟସ୍କ ନାବାଳକ ମଧ୍ୟ ପ୍ରାଣ ହରାଇଥିଲା। ପ୍ରାଣ ହରାଇଥିବା ନାବଳକ ଜଣକୁ ଆତଙ୍କବାଦୀମାନେ ପଣବନ୍ଦୀ କରିନେଇ ନିଜ କବ୍‌ଜାରେ ରଖିଥିଲେ। ତେବେ, ଏହି ଏନ୍‌କାଉଣ୍ଟରରେ ନିହତ ହୋଇଥିବା ୨ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଲସ୍କର-ଇ-ତୋଏବାର ଏରିଆ କମାଣ୍ଡର ଥିବା ଜାଣିବାକୁ ମିଳିଛି।


ସେହିପରି ସୋପିଆନ୍‌ ଜିଲ୍ଲାର ଇମାମ୍‌ ସହିବ୍‌ ଅଞ୍ଚଳରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଅନ୍ୟ ଏକ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସୋପାରରର ଓ୍ଵାରପୋରା ଅଞ୍ଚଳରେ ଅନ୍ୟ ଏକ ଏନ୍‌କାଉଣ୍ଟରରେ ଆଉ ୨ ୍ରାତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଏବେ ବି ସୁରକ୍ଷା କର୍ମୀଙ୍କ ପକ୍ଷରୁ ଆଉ ଦୁଇଟି ଏନ୍‌କାଉଣ୍ଟର ଚାଲ ରହିଥିବା ସୂଚନା ହେଇଛି ଜମ୍ମୁ- କଶ୍ମୀର ପୁଲିସ୍‌ ପ୍ରଶାସନ।

ସମ୍ବନ୍ଧିତ ଖବର