ପୁଲ୍‌ଓ୍ଵାମା ଏନ୍‌କାଉଣ୍ଟ୍‌ରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳି ପଡ଼ିଲେ ଲସ୍କର-ଇ-ତୋଏବାର ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ବୁଧବାର ସୁରକ୍ଷା ବଳ ଓ ଆତଙ୍କବାଦୀ ମୁହାଁମୁହିଁ ହେବା ଫଳରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୀମାରେ ସୁରକ୍ଷା ବଳ ଦ୍ୱାରା ହୋଇଥିବା ଏନ୍‌କାଉଣ୍ଟ୍‌ରେ ନିହତ ହୋଇଥିବା ଆତଙ୍କବାଦୀ ଜଣକ ହେଉଛନ୍ତି ଇର୍ଫାନ ଅହମ୍ମଦ ଶୈଖ୍‌। ସେ ଲସ୍କର-ଇ-ତୋଏବାର ଜିଲ୍ଳା କମାଣ୍ଡର୍‌ ଥିଲେ ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି।

ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ଆତଙ୍କବାଦୀ ଜଣକ ଚକୁରା ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ଗତ କିଛି ବର୍ଷ ହେବ ସେ ଆତଙ୍କବାଦ କାମରେ ଲିପ୍ତ ଥିବା ଜାଣିବାକୁ ମିଳିଛି।

ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଆଜି ସୁରକ୍ଷା ବଳ ପକ୍ଷରୁ ଏକ ଅପରେସନ୍‌ ଜାରି ହୋଇଥିଲା। ସେ ସମୟରେ ଲସ୍କର-ଇ-ତୋଏବାର ଏହି ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ଫଳରେ ପୁଲିସ୍‌ ଗୁଳିେୀ ଆତଙ୍କବାଦୀର ପ୍ରାଣ ଯାଇଥିବା ସୂଚନା ରହିଛି।

ଏହି ଆତଙ୍କବାଦୀ ଜଣକ ପୂର୍ବରୁ ଅନେକ ଆତଙ୍କୀ କାର୍ଯ୍ୟରେ ଲିପ୍ତ ଥିବା ସୂଚନା ରହିଛି। ସେ ପୂର୍ବରୁ ଗ୍ରେନେଡ୍‌ ଆକ୍ରମଣ ସମେତ ଅନେକ ଆତଙ୍କବାଦୀ ଆକ୍ରମଣରେ ସାମିଲ୍‌ ଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର