ଜମ୍ମୁ ଓ କଶ୍ମୀର: କୁଲଗାମ ଜିଲ୍ଲାରେ ଆର୍ମି କ୍ୟାମ୍ପ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସାଧାରଣ ନାଗରିକ ଆହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କୁଲଗାମ ଜିଲ୍ଲାରେ ଗୁରୁବାର ସକାଳେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ଅନ୍ୟୂନ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ଜିଲ୍ଲାର ଖୁଦ୍‌ଓ୍ଵାନି ଅଞ୍ଚଳରେ ଥିବା ଏକ କ୍ୟାମ୍ପ୍‌ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଆହତଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀମାନଙ୍କୁ ହଟାଇବାକୁ ସୈନିକମାନେ ଉଦ୍ୟମ କରୁଥିବା ବେଳେ ଜଣେ ଝିଅ ଗୁଳିକାଣ୍ଡରେ ଫସି ଯାଇଥିଲା। କିନ୍ତୁ, ଆତଙ୍କବାଦୀମାନେ ଖସି ପଳାଇଯିବାକୁ ସମର୍ଥ ହୋଇଥିଲେ।

ସମ୍ପୃକ୍ତ ଅଞ୍ଚଳକୁ ନିରାପତ୍ତା ବଳ କର୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର