ଜମ୍ମୁ କଶ୍ମୀର: କୁପଓ୍ଵାଡାରେ ଯବାନ ସହିଦ, ଆତଙ୍କବାଦୀ ବିରୋଧରେ ସେନାର ଅପରେସନ ଜାରି

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚାଳନା କରିଛନ୍ତି। କୁପଓ୍ଵାଡା ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ ଉପରକୁ ବୁଧବାର ଗୁଳି କରିଛନ୍ତି। ଫଳରେ ଜଣେ ଆର୍ମି କମାଣ୍ଡର ସହିଦ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଅନେକ ଯବାନ ଆହତ ହୋଇଛନ୍ତି।

ଉତ୍ତର କଶ୍ମୀରର କୁପଓ୍ଵାଡା ଜିଲ୍ଲାର କାଣ୍ଡି ବନାଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଜଙ୍ଗଲ ଭିତରେ ଲୁଚି ରହିଥିବା ଆତଙ୍କବାଦୀମାନେ ସେନା ଉପରକୁ ଆଖି ବନ୍ଦ କରି ଗୁଳି ଚାଳନା କରିଥିଲେ। ଫଳରେ ସେନାର ଯବାନମାନେ ଆହତ ହୋଇଥିଲେ। ସେମାନଙ୍କୁ ଦୁର୍ଗାମୂଳସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଯବାନ ମୁକୁଲ ମୀନାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଡାକ୍ତର କହିଛନ୍ତି, ଆଉ ଜଣେ ସେନାର ଶରୀର ଉପରେ ଗୁଳି ବାଜିଛି। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ବିରୋଧରେ ୪୭ତମ ରାଜପୁତନା ରାଇଫଲର ଯବାନମାନେ ଅଭିଯାନ ଚଳାଇଛନ୍ତି। ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ମଙ୍ଗଳବାର ଆରମ୍ଭ ହୋଇଥିବା ଏନକାଉଣ୍ଟର ସମୟରେ ଆତଙ୍କବାଦୀମାନେ ସୁଯୋଗ ଦେଖି ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର