ଗିଲାନିଙ୍କ ସମେତ ୧୮ ହୁରିୟତ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର

ଶ୍ରୀନଗର : ଜମ୍ମୁ କଶ୍ମୀର ସରକାର ଆଜି ହୁରିୟତ ନେତା ଏସ୍‌ଏଏସ୍‌ ଗିଲାନିଙ୍କ ସମେତ ୧୮ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିଛନ୍ତି। ଫଳରେ କଶ୍ମୀର ଉପତ୍ୟକାରେ ସକ୍ରିୟ ଥିବା କୌଣସି ବିଚ୍ଛିନ୍ନତାବାଦୀ ନେତାଙ୍କ ପାଇଁ ଆଉ ସରକାରୀ ସୁରକ୍ଷା ବ୍ୟବସ୍ଥା ନାହିଁ। ପୁଲୱାମା ଆକ୍ରମଣର ୩ ଦିନ ଭିତରେ ପ୍ରଥମେ ୬ ଜଣ ନେତାଙ୍କ ସୁରକ୍ଷା ପ୍ରତ୍ୟାହାର ହୋଇଥିବା ବେଳେ ଏବେ ଆଉ ୧୮ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରି ସରକାର କଡ଼ା ବାର୍ତ୍ତା ଦେଇଛନ୍ତି। ବିଚ୍ଛିନ୍ନତାବାଦୀ ନେତାମାନେ ପାକିସ୍ତାନର ପକ୍ଷ ନେଇ ଭାରତ ବିରୋଧୀ ବୟାନ ଦେଉଥିବା ଏବଂ ଆଇଏସ୍‌ଆଇଠାରୁ ଚାନ୍ଦା ହାସଲ କରୁଥିବା ନେଇ କେତେକ ପ୍ରମାଣ ମିଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ପୁଲୱାମା ଆକ୍ରମଣରେ ୪୧ ଜଣ ଯବାନ ସହିଦ ହେବାପରେ ଏବେ ସୁରକ୍ଷା ରଣନୀତିରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆସିଛି। ଶତାଧିକ ସମ୍ବେଦନଶୀଳ ଅଂଚଳରେ ତଲାସୀ ଅଭିଯାନ ବ୍ୟାପକ କରାଯାଇଛି।

ସମ୍ବନ୍ଧିତ ଖବର