ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଠାରୁ ବହୁ ଆଶା ଥିଲା: ଫାରୁକ ଅବଦୁଲା

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଗୁରୁବାର କହିଛନ୍ତି, ରାଜ୍ୟପାଳ ସତ୍ୟପାଳ ମଲିକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଜ୍ୟପାଳଙ୍କ ଠାରୁ ବହୁ ଆଶା ରଖିଥିଲେ କିନ୍ତୁ ସେ କେନ୍ଦ୍ର ସରକାରଙ୍କ ଗୁଲାମୀ ସାଜିଲେ। ଫାରୁକ ଅବଦୁଲା ବିଜେପିକୁ ମଧ୍ୟ ଛାଡି ନାହାନ୍ତି ସେ କହିଛନ୍ତି ଯେ, ପିଡିପି ଓ ବିଜେପି ମଧ୍ୟରେ ଏକଦା ମେଣ୍ଟ ଥିଲା।

ଫାରୁକ କହିଛନ୍ତି, ମୋତେ ରାଜ୍ୟପାଳଙ୍କ ଠାରୁ ବହୁ ଆଶା ଥିଲା କିନ୍ତୁ ସେ ନିରାଶ କରିଛନ୍ତି। ରାଜ୍ୟପାଳଙ୍କୁ ଏହାରି ଉପରେ ନଜର ଦେବାର ଆବଶ୍ୟକତା ଅଛି। ସେ ବିଧାନସଭା ଭଙ୍ଗ କରିବାକୁ କାହିଁକି ୫ ମାସ ସମୟ ନେଇଥିଲେ।

ସୂଚନାଯୋଗ୍ୟ ଯେ, ଜମ୍ମୁ କଶ୍ମୀର ରାଜ୍ୟପାଳ ଜମ୍ମୁ କଶ୍ମୀର ବିଧାନସଭାକୁ ବୁଧବାର ରାତିରେ ଭଙ୍ଗ କରିଦେଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କରିଥିଲେ। ବୁଧବାର ପୂର୍ବାହ୍ନରେ ପିପୁଲସ୍‌ ଡେମୋକ୍ରେଟିକସ୍‌ ପାର୍ଟି (ପିଡିପି), କଂଗ୍ରେସ ଏବଂ ନ୍ୟାସନାଲ କନଫ୍ରେନସ୍‌ (ଏନ୍‌ସି) ମେଣ୍ଟ କରି ଜମ୍ମୁ କଶ୍ମୀରରେ ସରକାର ଗଠନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର