୧୪୨ ଦିନ ପରେ ଆଜି ମଧ୍ୟରାତ୍ରରୁ ଜମ୍ମୁ- କଶ୍ମୀରରେ ପୁନର୍ବାହଲ ହେବ ଏସ୍‌ଏମ୍‌ଏସ୍‌ ସେବା

ଶ୍ରୀନଗର: ଦୀର୍ଘ ୧୪୨ ଦିନର ବ୍ୟବଧାନ ପରେ ଆଜି (ମଙ୍ଗଳବାର) ମଧ୍ୟରାତ୍ର ଠାରୁ ଜମ୍ମୁ- କଶ୍ମୀର ଉପତ୍ୟକାରେ ଏସ୍‌ଏମ୍‌ଏସ୍‌ ସେବାର ପୁନର୍ବାହାଲ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Latestly

ଉଲ୍ଲେଖଯୋଗ୍ୟ, ଧାରା ୩୭୦ର ପ୍ରତ୍ୟାହାର ପରେ ଅଶାନ୍ତ ହୋଇ ପଡ଼ିଥିବା ଜମ୍ମୁ- କଶ୍ମୀରରେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ଉପତ୍ୟକାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସମସ୍ତ ଲ୍ୟାଣ୍ଡଲାଇନ୍‌, ମୋବାଇଲ, ଏସ୍‌ଏମ୍‌ଏସ୍‌ ଓ ଇଣ୍ଟରନେଟ ସେବାକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖା ଯାଇଥିଲା। ତେବେ, ପରିସ୍ଥିତି କିଛିଟା ନିୟନ୍ତ୍ରଣକୁ ଆସିବା ପରେ ପ୍ରଥମେ ସେପ୍ଟେମ୍ବର ମାସରେ ଲ୍ୟାଣ୍ଡଲାଇନ୍‌ ସେବା ଓ ଅଳ୍ପ କିଛି ଦିନ ପୂର୍ବରୁ ଉପତ୍ୟକାରେ ମୋବାଇଲ ସେବା ଉପରେ ଲଗା ଯାଇଥିବା ପ୍ରତିବନ୍ଧକକୁ ସରକାର ଉଠାଇ ନେଇଥିଲେ। କିନ୍ତୁ, ଏସ୍‌ଏମ୍‌ଏସ୍‌ ଓ ଇଣ୍ଟରନେଟ ସେବା ଉପରେ ଲାଗିଥିବା ପ୍ରତିବନ୍ଧକ ପୂର୍ବବତ୍‌ ଜାରି ରହିଥିଲା।

ତେବେ, ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଉଥିବା ହୃଦବୋଧ କରିବା ପରେ ଆଜି ମଧ୍ୟରାତ୍ର ପର ଠାରୁ ଜମ୍ମୁ- କଶ୍ମୀର ଉପତ୍ୟକାରେ ଏସ୍‌ଏମ୍‌ଏସ୍‌ ସେବାର ପୁନର୍ବାହାଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଖୁବ୍‌ଶୀଘ୍ର ଉପତ୍ୟକାର ସମସ୍ତ ହସ୍ପିଟାଲରେ ଇଣ୍ଟରନେଟ ଓ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ ବୋଲି ଜମ୍ମୁ- କଶ୍ମୀରର ପ୍ରମୁଖ ସଚିବ ରୋହିତ୍‌ କାଂଶଲ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର