ସୋପିଆରେ ପୁଲିସ ଷ୍ଟେସନ୍‌ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ପୁଲିସକର୍ମୀ ସହିଦ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଆତଙ୍କବାଦୀ ପ୍ରଭାବିତ ସୋପିଆ ଜିଲ୍ଲାରେ ରବିବାର ସକାଳେ ଆତଙ୍କବାଦୀ ଏକ ପୁଲିସ ଷ୍ଟେସନ୍‌ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ପୁଲିସକର୍ମୀ ସହିଦ ହୋଇଯାଇଥିବା ଖବର ମିଳିଛି। ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ଦେଇଛନ୍ତି ଓ ସର୍ଚ୍ଚ ଅପରେସନ୍‌ ଜାରି ରଖିଛନ୍ତି। କୁହାଯାଉଛି କି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି।

ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ଘରଘର ଛାନ୍‌ଭିନ୍‌ କରୁଛନ୍ତି। ଆତଙ୍କବାଦୀମାନେ ପୁଲିସ ଷ୍ଟେସନ୍‌ ଉପରେ ଚାରି ପଟୁ ହାମ୍‌ଲା କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ସହିଦ୍‌ ପୁଲିସକର୍ମୀଙ୍କ ରାଇଫଲ ନେଇ ଫେରାର ହୋଇଯାଇଛନ୍ତି। ଆତଙ୍କବାଦୀ ଏଫଆଇଆର ରୁଜୁ କରିବା ବାହାନାରେ ପୁଲିସ ଥାନା ଭିତରେ ପସିବାରେ ସଫଳ ହୋଇଥିଲେ।

ସୋପିଆ ଅଞ୍ଚଳ ଆତଙ୍କବାଦୀ ପ୍ରଭାବିତ, ଏଠାରେ ସବୁବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥାଆନ୍ତି। ଏହା ପୂର୍ବରୁ ଗତ ଗୁରୁବାର ଆତଙ୍କବାଦୀ ବିରୋଧରେ ଚାରିଟି ଅଲଗା ଅଲଗା ଅଭିଯାନରେ ଜଣେ ଯବାନ ସହିତ ହୋଇଥିବା ବେଳେ ହିଜବୁଲ ମୁଜାଦିହିନ୍‌ ତଥା ଲସକର-ଏ-ତୈୟବାର ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର