ନିହତ ଆତଙ୍କବାଦୀଙ୍କ ଶବ ପରିବାରକୁ ମିଳିବନି! ଗୋପନୀୟ ସ୍ଥାନରେ ହେବ ସତ୍କାର

ନୂଆଦିଲ୍ଲୀ: କଶ୍ମୀର ଘାଟିରେ ଲସ୍କର, ଜୈସ ଓ ହିଜବୁଲର ଟପ୍‌ କମାଣ୍ଡରଙ୍କୁ ନିପାତ କରାଯିବା ପରେ ସେମାନଙ୍କର ଶବକୁ ତାଙ୍କର ପରିବାରକୁ ହସ୍ତାନ୍ତର କରାଯିବ ନାହିଁ। ଅପରେସନ ସମୟରେ ନିହତ ହୋଇଥିବା  ଆତଙ୍କବାଦୀଙ୍କୁ ଗୋପନୀୟ ସ୍ଥାନରେ ସତ୍କାର କରାଯିବ। ସେନା ପକ୍ଷରୁ ଏପରି ନିଷ୍ପତ୍ତି ନିଅାଯାଇଥିବା ସୂଚନା ମିଳିଛି।

କଶ୍ମୀର ଘାଟିରେ ଆତଙ୍କବାଦୀ କମାଣ୍ଡରମାନଙ୍କୁ ଅପରେସନ ପରେ ଶବକୁ ତାଙ୍କର ପରିବାର ଲୋକଙ୍କୁ ଦିଆଯିବା ନେଇ ଆଗାମୀ ଦିନରେ ବିଚାର ହୋଇପାରେ। ଜଣେ ସୁରକ୍ଷା ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ସ୍ଥାନୀୟ ନିଯୁକ୍ତ ଅଭିଯାନ ଉପରେ ରୋକ ଲଗାଇବା ପାଇଁ ଏହି  କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରାଯାଉଛି।

ଗୁଇନ୍ଦା ସଂସ୍ଥା ନିକଟରେ କେନ୍ଦ୍ର ସରକାରଙ୍କୁ ଏକ ରିପୋଟ ଦାଖଲ କରିଥିଲେ ଯେ, କଶ୍ମୀର ଘାଟିରେ ଜନାଜେରେ ଆତଙ୍କବାଦୀ ନିଯୁକ୍ତି ଅଭିଯାନ ଚାଲିଥାଏ, ଯେଉଁଥିରେ ଲସ୍କର-ଏ-ତଇବା, ଜୈସ-ଇ-ମହମ୍ମଦ ଓ ଅନ୍ୟ ଆତଙ୍କବାଦୀ ସଂଗଠନ କାମ କରୁଥାଏ। ଜନାଜେରେ ଆତଙ୍କବାଦୀ କମାଣ୍ଡର ହ୍ଵାଟସଆପ୍‌ରେ ଜନାଜେର ଭିଡିଓ ପଠାନ୍ତି ଓ ଏହାକୁ ଆତଙ୍କବାଦୀ ନିଯୁକ୍ତିରେ ବ୍ୟବହାର କରନ୍ତି। ଏହି କାରଣରୁ ସୁରକ୍ଷା ସଂସ୍ଥା ଏବେ ଅପରେସନ ଅଲ ଆଉଟ୍‌ରେ ନିହତ କରାଯାଇଥିବା ଆତଙ୍କବାଦୀ କମାଣ୍ଡର ଶବକୁ ତାଙ୍କର ସଂପର୍କୀୟଙ୍କୁ ନଦେଇ କୌଣସି ଗୁପ୍ତ ସ୍ଥାନରେ ସତ୍କାର କରାଯିବାକୁ ବିଚାର କରୁଛି।

ସମ୍ବନ୍ଧିତ ଖବର