କଶ୍ମୀର‌ରେ ତୁଷାରପାତ; ବରଫ ଚାଦରରେ ଘୋଡ଼େଇ ହୋଇଛି ଶ୍ରୀନଗର

ଶ୍ରୀନଗର: ବରଫ ଚାଦରରେ ଘୋଡାଇ ହୋଇଗଲାଣି ଜମ୍ମୁ-କଶ୍ମୀରର ଶ୍ରୀନଗର। ଏବେ ଶ୍ରୀନଗରରେ  ଚାରରିଆଡେ ଲାଗି ରହିଛି ବରଫ ପାତ। ପରିବେଶ ଏପରି ହୋଇଛି ଦେଖିଲେ ଲାଗିବ ସତେ ଯେମିତି କିଏ ଗୋଟିଏ ଧଳା ଚାଦର ଶ୍ରୀନଗର ସହର ଉପରେ ଘୋଡାଇ ଦେଇ ଯାଇଛି କି! ମାଟି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି। ଘର ଉପରେ ଜମି ରହିଛି ବରଫ ହିଁ ବରଫ।

କଶ୍ମୀରର  ରାଜପଥ ଘୋଡ଼ାଇ ହୋଇ ରହିଛି ବରଫର ବହଳିଆ ଆସ୍ତରଣ। ଏହା ମଧ୍ୟରେ ବାଟରେ ଅଟକି ରହିଛି ଅନେକ ଗୁଡ଼ାଏ ଗାଡି। ଫଳରେ ଶ୍ରୀନଗର ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ସମସ୍ୟା ବି ବଢ଼ି ବଢ଼ି ଚାଲିଛି। ବରଫ ପାତ ଜୋର ହେବା ସହିତ ବିଜୁଳି କାଟ ବି ହୋଇଛି।  ବିଜୁଳି ସେବା ଏବେ ପୂରା ଅଚଳରେ ହୋଇଥିବା ସୂଚନା ରହିଛି। ପାଣି ସେବା ବି ମିଳିନି ଲୋକଙ୍କୁ। ପାଣି ଓ ବିଜୁଳି ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି।

ସମ୍ବନ୍ଧିତ ଖବର