କୁପ୍‌ଓ୍ଵାଡ଼ା ଏନ୍‌କାଉଣ୍ଟର, ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ସୁରକ୍ଷା ବାହିନୀକୁ ବଡ଼ ଧରଣର ସଫଳତା ମିଳିଛି। ଜମ୍ମୁ କଶ୍ମୀର କୁପ୍‌ଓ୍ଵାଡ଼ା ଜିଲ୍ଲା ନିୟନ୍ତ୍ରଣ ରେଖା ନିକଟରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିୟନ୍ତ୍ରଣ ରେଖା ନିକଟରୁ ୮-୯ କିମି ଦୂର ଶାହ ନାଗ୍ରି ଭିଲଗାମ୍‌ ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଛପି ରହିଥିବା ଖବର ମିଳିବାପରେ ଗତକାଲି ସେନା ଏବଂ ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ କମ୍ବିଂ ଆରମ୍ଭ ହୋଇଥିଲା। ସେନା ଅଧିକାରୀମାନେ କହିଛନ୍ତି ଯେ ସୁରକ୍ଷାବାହିନୀ ପକ୍ଷରୁ ତଲାସି ଚାଲିଥିବା ସମୟରେ ପ୍ରଥମେ ଆତଙ୍କବାଦୀମାନେ ଅଚାନକ ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ଗୁଳିମାଡ଼ ହୋଇଥିଲା। ଏଥିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ପାକିସ୍ତାନର ଏବଂ ସେମାନେ ନିକଟରେ ଏଲଓସି ଦେଇ ଅନୁପ୍ରବେଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର