ଜାପାନରେ ଭୂମିକମ୍ପ ଯୋଗୁଁ ୨୭ ଆହତ, ହୋଇପାରେ ବଡ଼ ଧରଣର ଭୁସ୍ଖଳନ

ଆସନ୍ତା ସପ୍ତାହରେ ପୁଣି ଭୂମିକମ୍ପ ଆଶଙ୍କା

ଟୋକିଓ : ଉତ୍ତର-ପଶ୍ଚିମ ଜାପାନରେ ଗତ କାଲି ହୋଇଥିବା ୬.୭ ତୀବ୍ରତାର ଭୂମିକମ୍ପ ଫଳରେ ପ୍ରାୟ ୨୭ ଜଣ ବ୍ୟକ୍ତି ଆହତ ହୋଇଥିବା ଜାପାନର ନ୍ୟୁଜ ଏଜେନ୍ସି କ୍ୟୋଡୋ ନ୍ୟୁଜ କହିଛି । ତେବେ ଏହି ଘଟଣାରେ କୌଣସି ଜୀବନହାନୀର ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଭୂମିକମ୍ପ ପରେ ଗତ କାଲି ଜାରି ସୁନାମୀ ସତର୍କତାକୁ ହଟାଇଦିଆଯାଇଛି । ଏହା ସହିତ ବୁଲେଟ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି ।

ଗତ କାଲି ଭୂମିକମ୍ପ ପରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଥିବା ଜଣାଯାଇଛି । ଏହା ଫଳରେ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି । କିନ୍ତୁ ବିପଦ ଶେଷ ହୋଇନାହିଁ, କାରଣ ଆସନ୍ତା ସପ୍ତାହରେ ସମାନ ତୀବ୍ରତାର ଭୂମିକମ୍ପ ଆସିପାରେ । ପୁଣି ଏହି ସମୟରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଭୂସ୍ଖଳନ ହୋଇପାରେ । ଏଥିପାଇଁ ସତର୍କ ରହିବାକୁ ଜାପାନର ପାଣିପାଗ ବିଭାଗ ପରାମର୍ଶ ଦେଇଛି ।

ସୂଚନାଯୋଗ୍ୟ ଯେ ଜାପାନ ପ୍ରଶାନ୍ତ ମହାସାଗର ଅଂଚଳରେ ଥିବା ‘ରିଙ୍ଗ ଅଫ ଫାୟାର’ ବା ଅଗ୍ନୀ ବଳୟରେ ଅବସ୍ଥିତ । ଏଠାରେ ବିଶ୍ୱର କେତେକ ସକ୍ରିୟ ଆଗ୍ନେୟଗିରି ରହିଛି । ଫଳରେ ଜାପାନରେ ପ୍ରାୟ ପ୍ରତିବର୍ଷ ଭୂମିକମ୍ପ ହୋଇଥାଏ ।

ସମ୍ବନ୍ଧିତ ଖବର